ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ପ୍ରୋଟୋକଲ୍ ଭାଙ୍ଗି ବିମାନ ବନ୍ଦରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନରୁ ଓହ୍ଲାଇବା ପପରେ ରେଡ୍ କାର୍ପେଟରେ ରାଷ୍ଟ୍ରପତି ଟ୍ରମ୍ପ, ଆମେରିକାର ପ୍ରଥମ ମହିଳା ମେଲାନିଆ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରେଡ୍ କାର୍ପେଟରେ ନଜର ଆସିଥିଲେ ଜଣେ କଳା ପୋଷାକ ପରିହିତା ଭାରତୀୟ ମହିଳା, ଯାହାଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା। କିଏ ଏହି ମହିଳା ? କ’ଣ ତାଙ୍କ ପରିଚୟ?
ଏବେ ମହିଳାଙ୍କ ପରିଚୟ ସାମ୍ନାକୁ ଆସିଛି। ତାଙ୍କ ନାଁ ହେଉଛି ଗୁରଦୀପ କୌର ଚାୱଲା। ଗୁରଦୀପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅନୁବାଦକ ଭାବେ କାମ କରନ୍ତି। ଆଉ ଏବେ ସେ ଆମେରିକାନ୍ ଟ୍ରାନ୍ସଲେଟର ଆସୋସିଏସନର ସଭ୍ୟ ମଧ୍ୟ ଅଛନ୍ତି।
/sambad/media/post_attachments/wp-content/uploads/2020/02/gurdip.png)
ଯେତେବେଳେ ମୋଦୀ ବିଦେଶ ଗସ୍ତ କରିଥାନ୍ତି, ଆଉ ହିନ୍ଦୀରେ ନିଜ ଅଭିଭାଷଣ ରଖନ୍ତି, ସେତେବେଳେ ମୋଦୀଙ୍କ ଭାଷଣର ଇଂରାଜୀ ଅନୁବାଦ କରିଥାନ୍ତି ଗୁରଦୀପ। କେବଳ ଏତିକି ନୁହେଁ, ବିଦେଶରୁ କୌଣସି ନେତା ଭାରତକୁ ଆସିଲେ, ସେତେବେଳେ ମଧ୍ୟ ନଜର ଆସିଥାନ୍ତି ଗୁରଦୀପ।
୧୯୯୦ରେ ଭାରତୀୟ ସଂସଦରେ ନିିଜର ଏହି କ୍ୟାରିୟର ଆରମ୍ଭ କରିଥିଲେ ଗୁରଦୀପ। କିନ୍ତୁ କିଛି ଦିନ ପରେ ନିଜ ସ୍ବାମୀଙ୍କ ସହ ସେ ଆମେରିକା ଚାଲି ଯାଇଥିଲେ। ୨୦୧୦ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଅନୁବାଦକ ଭାବେ ତାଙ୍କ ସହ ଭାରତ ଆସିଥିଲେ ଗୁରଦୀପ। ସେହିପରି ୨୦୧୪ରେ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଓବାମାଙ୍କ ସାକ୍ଷାତ ସମୟରେ ମଧ୍ୟ ଅନୁବାଦକ ଭାବେ ସେ କାର୍ଯ୍ୟ କରିଥିଲେ। ଗୁରଦୀପ କୌରଙ୍କ ନିକଟରେ ସବୁ ଭାଷାର ଜ୍ଞାନ ରହିଛି, ଆଉ ଏହି କାରଣରୁ ସାରା ବିଶ୍ୱରେ ସେ ଜଣେ ଭଲ ଅନୁବାଦକ ଭାବେ ବେଶ୍ ଜଣାଶୁଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/TRUMP_6.jpg)