କରୋନାଭାଇରସ୍ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ପକ୍ଷପାତିତା ନେଉଛି: ଟ୍ରମ୍ପ୍

ୱାସିଂଟନ୍: କରୋନାଭାଇରସ୍ ସଙ୍କଟ ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ପକ୍ଷପାତିତା କରୁଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି । ସେ ଆହୁରି କହିଛନ୍ତି କି, ଏଥିପାଇଁ ଅନେକ ଲୋକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଅସନ୍ତୁଷ୍ଟ । ସେମାନେ କହୁଛନ୍ତି ଯେ ଏହା ଅତି ଅନ୍ୟାୟ କଥା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ସମର୍ଥନ କରୁଥିବା କଥା ରିପବ୍ଲିକାନ୍ ସିନେଟର୍ ମାକ୍ରୋ ରୁବିଓ ଅଭିଯୋଗ କରିଥିଲେ । ଏହାର ଉତ୍ତର ଦେଇ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ ଏ କଥା କହିଛନ୍ତି ।

ଆମେରିକା କଂଗ୍ରେସର ଗ୍ରେଗ୍ ଷ୍ଟେଉବି ମଧ୍ୟ ଟୁଇଟ୍ କରି ଅଭିଯୋଗ କରିଥିଲେ ଯେ କରୋନାଭାଇରସ୍ ମହାମାରୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚୀନର ମୁଖପାତ୍ର ଥିଲା । ଏହି ମହାମାରୀ ନିୟନ୍ତ୍ରଣକୁ ଆସିଗଲେ ଉଭୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ନିଶ୍ଚୟ ଏହାର ପରିଣାମ ଭୋଗିବେ ।

Image Source: Hindustan Times

କରୋନାଭାଇରସ୍ ପ୍ରକୋପ ପ୍ରତିହତ କରିବାକୁ ଚୀନର ପ୍ରତିବଦ୍ଧତା ଓ ନେତୃତ୍ୱକୁ ପ୍ରଶଂସା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶକ ଘେବ୍ରେୟେସସ୍ ସମାଲୋଚନାର ସରବ୍ୟ ହୋଇଥିଲେ । ଜାନୁଆରି ମାସରେ ଘେବ୍ରେୟେସସ୍ ଚୀନ୍ ଗସ୍ତ କରି ରାଷ୍ଟ୍ରପତି ଜି ଜିନ୍ପିଙ୍ଗଙ୍କୁ ଭେଟିଥିଲେ ।

ସମ୍ବନ୍ଧିତ ଖବର