ଆସନ୍ତା ୩୧ରୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଜମ୍ମୁ-କଶ୍ମୀର, ବର୍ତ୍ତମାନର ରାଜ୍ୟପାଳ ହେବେ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖରୁ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବେ । ଏହି ଦୁଇ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜଣେ ଜଣେ ଉପରାଜ୍ୟପାଳଙ୍କ ଦ୍ୱାରା ଶାସିତ ହେବ । ଜମ୍ମୁକଶ୍ମୀରର କିଏ ଉପରାଜ୍ୟପାଳ ହେବ ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଜାମ୍ମୁ ଓ କଶ୍ମୀର ରାଜ୍ୟର ବର୍ତ୍ତମାନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଗତ ପ୍ରାୟ ବର୍ଷକ ହେଲା ସେ ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି ଓ କାଶ୍ମୀର ଉପରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ବର୍ତ୍ତମାନର ପରିସ୍ଥିତି ସହିତ ମଧ୍ୟ ସେ ଭଲଭାବରେ ପରିଚିତ । ତେବେ ଏବେ ରାଜ୍ୟପାଳ ଥିବା ସତ୍ୟପାଲ ଉପ-ରାଜ୍ୟପାଳ ହେବ କି ନା ତାହାକୁ ନେଇ ସଂଦେହ ମଧ୍ୟ ରହିଛି । ଅନ୍ୟପକ୍ଷରେ ଲଦାଖ ପାଇଁ କିଏ ଉପରାଜ୍ୟପାଳ ହେବ ତାହା ଉପରେ ମଧ୍ୟ ବିଚାରବିମର୍ଷ ଚାଲିଛି ।

ସମ୍ବନ୍ଧିତ ଖବର