ଯଥେଷ୍ଟ ନୁହେଁ ୬ ଫୁଟର ସମାଜିକ ଦୂରତା, ୨୦ଫୁଟ୍ ପର୍ଯ୍ୟନ୍ତ ବାୟୁରେ ଗତି କରିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ନୁହେଁ ୬ଫୁଟର ସମାଜିକ ଦୂରତା । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ଅନୁସାୟୀ ୨୦ଫୁଟ ପର୍ଯ୍ୟନ୍ତ ବାୟୁରେ ଗତି କରିପାରିବ ଭୂତାଣୁ ବହନ କରୁଥିବା ବାୟୁ କଣିକା । ତେବେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ୬ଫୁଟର ଦୂରତା ଯଥେଷ୍ଟ ନୁହେଁ ବୋଲି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ପୂର୍ବରୁ କରାଯାଇଥିବା ଗବେଷଣା ଅନୁଯାୟୀ, ଛିଙ୍କ ବା କାଶ ଦ୍ୱାରା ପ୍ରାୟ ୪୦ହଜାର ଡ୍ରପଲେଟ୍ସ ବା ବାୟୁ କଣିକା ସୃଷ୍ଟି ହୋଇଥାଏ  ଏବଂ ଏହି ବାୟୁ କଣିକା ବାୟୁର ୬ଫୁଟ ନୁହେଁ ବରଂ ୨୦ଫୁଟ ପର୍ଯ୍ୟନ୍ତ ଗତି କରିଥାଏ । ଏହାସହ ଭିନ୍ନ ଭିନ୍ନ ପରିବେଶରେ ଭିନ୍ନ ଭାବେ ଏହି ଡ୍ରପଲେଟ୍ସ ବା ବାୟୁ କଣିକା ଗତି କରିଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଏହାସହ ଥଣ୍ଡା ଓ ଆଦ୍ର ଜଳବାୟୁରେ ଏହା ୩ଗୁଣ ଅଧିକ ଦୂରତା ଗତି କରିପାରିବ ବୋଲି ମଧ୍ୟ ଅଧ୍ୟୟନରୁ ଜଣାପଡିଛି ।

ସମ୍ବନ୍ଧିତ ଖବର