ବିଜେପିକୁ କଂଗ୍ରେସର ପ୍ରଶ୍ନ; ୧୨୬ଟିର ଆବଶ୍ୟକତା ଥିବା ବେଳେ ୩୬ଟି ରାଫେଲ୍‌ ଜେଟ୍‌ ପାଇଁ ଫ୍ରାନ୍ସ ସହ କାହିଁକି ଚୁକ୍ତି କରିଛନ୍ତି ସରକାର

ମଥୁରା: ବର୍ତ୍ତମାନ ରାଫେଲ୍‌ ପ୍ରସଂଗରେ ଚିରାଚରିତ ଢଙ୍ଗରେ ବିଜେପିକୁ ଘେରିଛି  କଂଗ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ପ୍ରଶ୍ନ ହୋଇଛି ଯେ ଦେଶକୁ ୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ରହିଥିବା ବେଳେ ଫ୍ରାନ୍ସରୁ ମାତ୍ର ୩୬ଟି ରାଫଲ୍‌ ଜେଟ୍‌ ଆଣିବା ପାଇଁ କାହିଁକି ଚୁକ୍ତି ହୋଇଛି।

ଦଳର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ‘ଯଦି ସେପରି କୌଣସି ଜରୁରୀ ଥିଲା ତେବେ ସବୁତକ ବିମାନକୁ ଏକା ସାଙ୍ଗରେ ପଠାଇବା ପାଇଁ ସରକାର କାହିଁକି ପ୍ରାନ୍ସ ସରକାରଙ୍କୁ ଚାପ ପକାଇଲେ ନାହିଁ?’

ସୂଚନା ରହିଛି ଯେ ପ୍ରଥମେ ୨୦୧୯ରେ କିଛି ବିମାନ ଦେଶକୁ ଆସିବା ବେଳେ ଆଉ କିଛି ୨୦୨୨ରେ ଆସିବ। ଯଦି ଜରୁରୀ ଥିଲା ତେବେ ସବୁ ବିମାନ ୨୦୧୯ରେ କାହିଁକି ଆସିବ ନାହିଁ ବୋଲି ପ୍ରଶ୍ନ ହୋଇଛି।

୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ରହିଥିବା ବେଳେ ଫ୍ରାନ୍ସରୁ ମାତ୍ର ୩୬ଟି ରାଫଲ୍‌ ଜେଟ୍‌ ଆଣିବା ପାଇଁଏନ୍‌ହଇଏ ସରକାର ଚୁକ୍ତି ପତ୍ରରେ ଦସ୍ତଖତ କରିବା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଚତୁର୍ବେଦୀ କହିଛନ୍ତି।

ସେ ଅଭିଯୋଗ ଆଣିଛନ୍ତି ଯେ କୋଟିପତି ବନ୍ଧୁ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାର୍ଥ ଭୁଲି ଯାଉଛନ୍ତି।

ସମ୍ବନ୍ଧିତ ଖବର