ଆଫ୍ରିକାରେ କାହିଁକି ପହଞ୍ଚିପାରୁନି କରୋନା ଭାଇରସ, ବିଶେଷଜ୍ଞ କହିଲେ କାରଣ

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏ ପର୍ଯ୍ୟନ୍ତ ୧୭୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି | ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢିଥିବାବେଳେ ଏହି ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି | ନୂଆ ତଥ୍ୟ ମୁତାବକ କରୋନା ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବାବେଳେ ଆଫ୍ରିକା ମହାଦେଶରେ କିନ୍ତୁ ଏହି ଭାଇରସ ପହଂଚିପାରିନାହିଁ |

Photo-Natoassoiciation.co

ବଡ କଥା ଯେ ପାଖାପାଖି ୨୦ ଲକ୍ଷ ଚୀନର ଲୋକ ଆଫ୍ରିକାରେ ରହୁଥିବାବେଳେ ଆଫ୍ରିକାର ନାଗରିକମାନେ ମଧ୍ୟ ଶିକ୍ଷା ଓ ବ୍ୟବସାୟ ପାଇଁ ଚୀନ ଯାଇଥାନ୍ତି | ଏବେ ପ୍ରଶ୍ନ ଉଠିଛି କିଭଳି ଆଫ୍ରିକାରେ ଏହି ଭାଇରସ ଆସିନାହିଁ | ବିଶେଷଜ୍ଞମାନେ ୨ଟି ପ୍ରମୁଖ କାରଣ ବାବଦରେ କହିଛନ୍ତି | କିଛି ବିଶେଷଜ୍ଞଙ୍କ କହିବା କଥା ଯେ ଆଫ୍ରିକାର ପ୍ରମୁଖ ବିମାନ ବନ୍ଦରମାନଙ୍କରେ ସ୍କ୍ରିନିଙ୍ଗ ସୁବିଧା ରଖାଯାଇଛି |

ଯେଉଁମାନେ ବିମାନ ଦ୍ୱାରା ଆଫ୍ରିକା ଆସିଥାନ୍ତି ସେମାନଙ୍କୁ କଡା ଯାଞ୍ଚ କରାଯାଉଛି | ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମିତ ହେବା ପାଇଁ ଆଫ୍ରିକାରେ ଅନୁକୂଳ ବାତାବରଣ ନାହିଁ | ଆଫ୍ରିକାରେ ଅନ୍ୟ ଦେଶ ତୁଳନାରେ ଅଧିକ ଗରମ ହେଉଥିବାରୁ ଏଠାରେ ଭାଇରସ ସଂକ୍ରମଣ କରିପାରୁନାହାଁନ୍ତି | ୩୦ରୁ ୩୫ ଡିଗ୍ରୀ ତାପମାତ୍ରାରେ ଏହି ଭାଇରସ ଜୀବନ୍ତ ରହିପାରୁନଥିବାବେଳେ ଥଣ୍ଡା ପାଣିପାଗରେ ହିଁ ଏହି ଭାଇରସ ସକ୍ରିୟ ରହିଥାନ୍ତି |

ସମ୍ବନ୍ଧିତ ଖବର