ଜାଣନ୍ତି କି; ଜୁନ୍‌ ୨୫କୁ କାହିଁକି ଭାରତୀୟ ଗଣତନ୍ତ୍ରରେ କଳାଦିବସ ବୋଲି ବିବେଚନା କରାଯାଏ?

ନୂଆଦିଲ୍ଲୀ: ଆଜକୁ ୪୩ ବର୍ଷ ପୂର୍ବେ, ଆଜିର ଦିନରେ, ଅର୍ଥାତ୍‌ ୨୫ ଜୁନ୍‌ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ। ତେବେ, ପ୍ରଧାନମନ୍ତ୍ରୀ ଇନ୍ଦରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜାରି ହୋଇଥିବା ଏହି ଜରୁରିକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରରେ ଏକ କଳା ଅଧ୍ୟାୟ ଓ ଏହି ଦିନକୁ ଏକ କଳା ଦିବସ ରୂପେ ବିବେଚନା କରା ଯାଇଥାଏ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଇନ୍ଦରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଏହି ଜରୁରିକାଳୀନ ପରିସ୍ଥିତି ଦେଶ ପାଇଁ ଥିଲା ତୃତୀୟ ଜରୁରିକାଳୀନ ପରିସ୍ଥିତି। ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ସର୍ବପ୍ରଥମ ଜରୁରିକାଳୀନ ପରିସ୍ଥିତି ୧୯୬୨ରେ ଭାରତ-ଚୀନ୍‌ ଯୁଦ୍ଧ ସମୟରେ ଏବଂ ଦ୍ୱିତୀୟ ଜରୁରିକାଳୀନ ପରିସ୍ଥିତି ୯୧୭୧ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ଜାରି ହୋଇଥିଲା। ତେବେ, ଦେଶରେ ‘ଆଭ୍ୟନ୍ତରୀଣ ଗଣ୍ଡଗୋଳ’ର ଆଳ ଦେଖାଇ ୨୫ ଜୁନ୍‌ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଦେଶରେ ଜାରି କରିଥିଲେ ତୃତୀୟ ଜରୁରିକାଳୀନ ପରିସ୍ଥିତି। ଏହି ସମୟରେ ବିରୋଧୀ ଦଳର ନେତାମାନଙ୍କୁ ଆଖିବୁଜା ଗିରଫ କରାଯିବା ସହ ଜେଲରେ ବନ୍ଦୀ କରି ରଖା ଯାଇଥିଲା; ନିର୍ବାଚନକୁ ବାତିଲ କରିଦିଆ ଯାଇଥିଲା; ସରକାର ବିରୋଧୀ ଆନ୍ଦେଳନକୁ ଦୃଢ଼ ହସ୍ତରେ ଦମନ କରା ଯାଇଥିଲା, ଚତୁର୍ଥ ସ୍ତମ୍ଭ ରୂପେ ପରିଚିତ ଗଣମାଧ୍ୟମର ସ୍ୱାଧୀନତାକୁ ଛଡ଼ାଇ ନିଆ ଯାଇଥିଲା ଏବଂ ସରକାରଙ୍କୁ ସୁହାଇଲା ଭଳି ଆଇନ୍‌ ସବୁକୁ ବଦଳାଇ ଦିଆ ଯାଇଥିଲା। ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଦେଶରେ ବଳବତ୍ତର ରହିଥିଲା ଇନ୍ଦିରାଙ୍କ ଦ୍ୱାରା ଜାରି ହୋଇଥିବା ଏହି ଜରୁରିକାଳୀନ ପରିସ୍ଥିତି।

ସମ୍ବନ୍ଧିତ ଖବର