ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ପାକିସ୍ତାନ ଲୋକେ ଚାହୁଁନାହାନ୍ତି

ନୂଆଦିଲ୍ଲୀ: ଗୁରୁବାର ଆସିବାକୁ ଯାଉଛି ୨୦୧୯ ନିର୍ବାଚନର ରେଜଲ୍ଟ | ନେତା ପରଖିବେ କଣ ରହିଛି ଦେଶର ଜନତାଙ୍କ ମୁଡ଼ |ତେବେ ଭାରତରେ ନିର୍ବାଚନ ହେଉଥିଲେ ବି ପାକିସ୍ତାନ ଲୋକଙ୍କର ନଜର ରହିଛି କିଏ ହେବେ ପ୍ରଧାନମନ୍ତ୍ରୀ | ତେବେ ଆପଣକୁ ଏହି ଖବର ଚକିତ କରିପାରେ | କାରଣ ପାକିସ୍ତାନର ଜନତା ଚାହାଁନ୍ତି ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ନ ହୁଅନ୍ତୁ | ଏହା ପଛରେ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଆତଙ୍କୀ ଶିବିର ଧ୍ୱସ୍ତ କରାଯିବା ଘଟଣାକୁ ସେମାନେ ପସନ୍ଦ କରୁନାହାଁନ୍ତି |

ସୋସିଆଲ ମିଡିଆରେ କିଛି ପାକିସ୍ଥାନୀ ଜନତା ସେମାନଙ୍କ ଭିଡିଓ ପୋଷ୍ଟ କରିଛନ୍ତି | ସେମାନଙ୍କ କହିବା କଥା ମୋଦି ଶାସନକୁ ଆସିବା ଦରକାର ନାହିଁ, ସେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି | ସେହିପରି ପୁଣି ମୋଦି ବହୁମତ ପାଇବେ ବୋଲି ପାକିସ୍ତାନ ଜନତା ବିଶ୍ୱାସ କରୁନାହାଁନ୍ତି | ଏଠାରେ ସୂଚନା ଥାଉ କି କିଛି ମାସ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ ଯଦି ମୋଦି ୨୦୧୯ ନିର୍ବାଚନ ଜିତନ୍ତି ତେବେ ଦୁଇ ଦେଶଙ୍କ ମଧ୍ୟରେ ଶାନ୍ତି ସମ୍ବଦ୍ଧିୟ କଥାବାର୍ତ୍ତା ଉନ୍ନତ ହୁଅନ୍ତା | ତେବେ ବିଦେଶରେ ରହୁଥିବା ପ୍ରବାସୀ ପାକିସ୍ତାନବାସୀ ମୋଦିଙ୍କ ସପକ୍ଷରେ ମତ ଦିଅନ୍ତି | ସେମାନଙ୍କ କହିବା କଥା ମୋଦି ପୁଣି ଥରେ ଶାସନକୁ ଆସିବା ଆବଶ୍ୟକ | ପାକିସ୍ତାନରେ ହେଉଥିବା ଆତଙ୍କବାଦୀ ସଂଗଠନକୁ ମୋଦି ହିଁ କେବଳ ଶେଷ କରିପାରିବେ ବୋଲି ସେମାନେ ବିଶ୍ୱାସ କରନ୍ତି |

ସମ୍ବନ୍ଧିତ ଖବର