ଏହି ପାଞ୍ଚଟି କାରଣ ଲାଗି ପ୍ରଧାନ ବିଚାରପତିଙ୍କ ବହିଷ୍କାର ପାଇଁ ଆଗତ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ସୋମବାର ଦିନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବହିଷ୍କାର ପାଇଁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ଆଗତ କରିଥିବା ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଛନ୍ତି।

ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କ ପ୍ରସ୍ତାବ ଖାରଜ ଆଦେଶରେ ଦର୍ଶାଯାଇଛି କି, ବିଚାର ବ୍ୟବସ୍ଥାର ସ୍ୱାଧୀନତା ହ୍ରାସ କରିବାକୁ ଏହି ଅଭିଯୋଗରେ ସାଙ୍ଘାତିକ ମନୋଭାବ ରହିଛି।

ଏହି ମହାଭିଯୋଗ ପ୍ରସ୍ତାବ ଖାରଜ ହେବାର ପାଞ୍ଚଟି କାରଣ ହେଉଛି:

୧. ଯେଉଁ ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି ସେମାନେ ଦର୍ଶାଇଥିବା ଅଭିଯୋଗ ବିଷୟରେ ନିଜେ ନିଶ୍ଚିତ ନୁହନ୍ତି। ସେମାନେ ବ୍ୟବହାର କରିଥିବା ‘ହୋଇଥାଇ ପାରେ’, ‘ସମ୍ଭବତଃ’, ‘ମନେହୁଏ’ ଶବ୍ଦାବଳୀରୁ ଏ କଥା ସ୍ପଷ୍ଟ ଜଣାପଡୁଛି। ଏସବୁ ପ୍ରଧାନ ବିଚାରପତିଙ୍କ ବିରୋଧରେ ପ୍ରମାଣ ନୁହେଁ।

୨. ଅଭିଯୋଗରେ ବିଚାର ବ୍ୟବସ୍ଥାର ସ୍ୱାଧୀନତା ହ୍ରାସ କରିବାକୁ ସାଙ୍ଘାତିକ ମନୋଭାବ ରହିଛି।

୩. ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ କୌଣସି ଦୋଷାବହ କାର୍ଯ୍ୟର ବଳିଷ୍ଠ ପ୍ରମାଣ ଏଥିରେ ନାହିଁ।

୪. ପ୍ରଧାନ ବିଚାରପତିଙ୍କ ‘ଦୁର୍ବ୍ୟବହାର’ ଅଥବା ‘ଅପାରଗପଣିଆ’ର କୌଣସି ବିଶ୍ୱସନୀୟ ବା ଯାଞ୍ଚ ହେବା ପରି ସୂଚନା ପ୍ରଦାନକାରୀ ସଙ୍କେତ ଏଥିରେ ନାହିଁ।

୫. ଗଣମାଧ୍ୟମକୁ ଯାଇ ମହାଭିଯୋଗ ଆଗତ କରିଥିବା ସାଂସଦମାନେ ପ୍ରତିଷ୍ଠିତ ସଂସଦୀୟ ପରମ୍ପରା ଏବଂ ପ୍ରଥାକୁ  ଅସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର