ମଥାରେ ବିନ୍ଦି ଥିବାରୁ ଏହି ମହିଳାଙ୍କୁ ମିଳିଲା ନାହିଁ ପେନ୍‌ସନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ବିଧବା ମହିଳାଙ୍କ ମଥାରେ ବିନ୍ଦି ଥିବାରୁ ତାଙ୍କୁ ପେନ୍‌ସନ୍‌ ଦେବାକୁ ମନା କରି ଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ମାମଲା ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟିର ବିଧାୟକ ଅଲକା ଲାମ୍ବା ଉଠାଇଛନ୍ତି।

ଅଲକା ବିଧାନସଭାରେ ଏହି ମାମଲାକୁ ଉଠାଇ କହିଛନ୍ତି, କ’ଣ କିଏ ଧଳା ରଙ୍ଗର ଶାଢ଼ି ପିନ୍ଧିଲେ ବିଧବା ଲାଗିଥାଏ ଜଣେ ବିଧବା ମହିଳା ମଥାରେ ବିନ୍ଦି ଲଗାଇ ପାରିବେ ନାହିଁ? ଏହି କାରଣରୁ ସରକାର ଗୁଲାବବାଗ ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ପେନ୍‌ସନ୍‌ ଫାଇଲକୁ ରିଜେକ୍ଟ କରି ଦେଇଛନ୍ତି, କାରଣ ସେ ମଥାରେ ବିନ୍ଦି ପିନ୍ଧିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ତରଫରୁ ବିଧବା ମହିଳାଙ୍କୁ ପେନ୍‌ସନ୍‌ର ସୁବିଧା ରହିଛି। ଏହି ନିୟମ ଅନୁସାରେ, ଗୁଲାବବାଗ ଅଞ୍ଚଳରେ ଜଣେ ବିଧବା ମହିଳ ପେନ୍‌ସନ୍‌ ପାଇଁ ଆବେଦନ କରିଥିଲେ। ସେ ଆବେଦନ ଫର୍ମରେ ଯେଉଁ ଫଟୋ ଲଗାଇଥିଲେ, ସେଥିରେ ଥିବା ଫଟୋରେ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଥିଲା। ଏହି ବିନ୍ଦି କାରଣରୁ ୭ମାସ ପରେ ବିଧବା ମହିଳାଙ୍କ ଆବେଦନକୁ ରିଜେକ୍ଟ କରି ଦିଆଯାଇଥିଲା। ଯେତେବେଳେ ମହିଳା ଏହି ବିଷୟରେ ସୂଚନା ମାଗିଥିଲେ ତେବେ ଅଧିକାରୀ କହିଛନ୍ତି, ସେ ପର୍ଯ୍ୟନ୍ତ ସେ ଫର୍ମରେ ତାଙ୍କ ବିନ୍ଦି ଥିବା ଫଟୋକୁ ପରିବର୍ତ୍ତନ କରି ନାହାନ୍ତି ସେ ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇବେ ନାହିଁ।

ସମ୍ବନ୍ଧିତ ଖବର