ହାଇକୋର୍ଟର ଆଦେଶକୁ ମାନିଲାନି ସ୍ୱାମୀ, ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣପୋଷଣ ଦେବା ପାଇଁ କହିବାରୁ ଦେଲା ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବୟାନ

ପଟନା : ବିହାରର ପାଟନାରେ ଘଟିଥିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପରେ ଅଦାଲତ ଭରଣପୋଷଣ ଦେବା କଥା କହିବାରୁ ମୁଁ କେତେବେଳେ ବିବାହ କରିଥିଲି । ସେ ମୋ ସ୍ତ୍ରୀ ହୋଇଥିଲେ ତ ମୁଁ ଭରଣପୋଷଣ ଦେବି । ସେ ମୋ ସ୍ତ୍ରୀ ନୁହନ୍ତି । ମୁଁ ତାଙ୍କୁ କେବେ ବିବାହ କରି ନାହିଁ ବୋଲି ସ୍ୱାମୀ ପାଖରୁ ଶୁଣି ବିଚାରପତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଭରଣପୋଷଣ ମାଗିଥିବା ମହିଳା ଜଣଙ୍କ ରଞ୍ଜନା ହୋଇଥିବା ବେଳେ ସ୍ୱାମୀର ନାମ ରାଜେଶ କୁମାର ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରଞ୍ଜନା ଭରଣପୋଷଣ ମାଗିବା ପରେ ଗତ ବର୍ଷ ଜୁନ୍‌ ମାସରେ ଲକ୍ଷୀସରାୟ ପରିବାର ନ୍ୟାୟାଳୟ ରଜେଶଙ୍କୁ ମାସକୁ ୪ହଜାର ଟଙ୍କା ଦେବା କଥା କହିଥିଲେ । ରଞ୍ଜନା ରାଜେଶଙ୍କ ଉପରେ ଲଗାଇଥିବା ଅଭିଯୋଗ ସତ ପ୍ରମାଣ ହେବା ପରେ ଲକ୍ଷୀସରାୟ ପରିବାର ନ୍ୟାୟାଳୟ ରଜେଶଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦାଲତର ଏହି ରାୟକୁ ନ ମାନି ଏ ନେଇ ପାଟନା ହାଇକୋର୍ଟରେ ଅପିଲ କରିଛନ୍ତି ରାଜେଶ ।

Patch

ରଜେଶଙ୍କ କହିବା ଅନୁଯାୟୀ,ଯେଉଁ ମହିଳା ମୋତେ ଭରଣପୋଷଣ ମାଗୁଛନ୍ତି ତାଙ୍କ ସହ ମୋର ବିବାହ ହୋଇନାହିଁ । ମହିଳାଙ୍କ ଅସଲ ନାମ ରାଜନନ୍ଦିନୀ କୁମାରୀ ହୋଇଥିବା ବେଳେ ତାଙ୍କ ବିବାହ ବିପିନ ସିଂହଙ୍କ ସହ ହୋଇଥିଲା । ରାଜନନ୍ଦିନୀ କୁମାରୀ ଏବେ ରଞ୍ଜନା ଶର୍ମା ହୋଇ ସାରିଥିବା ବେଳେ ଦୁଇ ଦୁଇଟି ଆଧାର କାର୍ଡ଼ ରଖିଥିବା କହିଛନ୍ତି ରାଜେଶ । ରଞ୍ଜନାଙ୍କୁ ବିବାହ କରି ନଥିଲେ ମଧ୍ୟ ତାଙ୍କୁ ସେ ୨୦୧୧ରୁ ଜାଣିଛି, ।ଯାହାର ଫାଇଦା ସେ ଏବେ ଉଠାଇବାରେ ଲାଗିଛନ୍ତି ବୋଲି କହିଛନ୍ତି ରଜେଶ । ତେବେ ରାଜେଶଙ୍କ ବିପରୀତ ବୟାନ ପରେ ଅଦାଲତ ତଦନ୍ତର ଆଦେଶ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର