ଲକଡାଉନ ପାଇଁ ଆସିଲେ ନାହିଁ ସମ୍ପର୍କୀୟ, ମୁଖାଗ୍ନି ଦେଲେ ପତ୍ନୀ

ଚନ୍ଦଲି: ସ୍ୱାମୀଙ୍କ ମୃତ୍ୟୁ ପରେ ବି ଲକଡାଉନ୍ ପାଇଁ ଆସିପାରିଲେନି ସମ୍ପର୍କୀୟ | ଯାହାଫଳରେ ନିଜେ ପତ୍ନୀ ହିଁ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି | ଉତ୍ତରପ୍ରଦେଶର ଚନ୍ଦଲି ଜିଲ୍ଲାରେ କିଛି ଏମିତି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଚୌକ ବଜାର ଅଂଚଳର ସନ୍ତୋଷ ଜୟସ୍ବାଲଙ୍କର କିଛି ଦିନ ତଳେ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଜିଲ୍ଲା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା | ଏଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଏହା ପରେ ସନ୍ତୋଷଙ୍କ ପତ୍ନୀ ଗୁଡିୟା ନିଜ ସମ୍ପର୍କୀୟଙ୍କୁ ଏ ବାବଦରେ ଖବର ଦେଇଥିଲେ |

photo-oneindia

କିନ୍ତୁ ସାରା ଭାରତ ତଥା ଉତ୍ତରପ୍ରଦେଶରେ ଲକଡାଉନ ଥିବାରୁ କେହି ସମ୍ପର୍କୀୟ ଆସିପାରିନଥିଲେ | ଶେଷରେ ପତ୍ନୀ ଗୁଡିୟା ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ସ୍ୱାମୀଙ୍କ ମୃତଦେହକୁ ମଶାଣୀକୁ ନେଇ ଯାଇଥିଲେ | ସେଠାରେ କିଛି ଲୋକଙ୍କ ସହାୟତାରେ କାଠ ଯୋଗାଡ଼ କରି ନିଜ ସ୍ୱାମୀଙ୍କ ମୁଖାଗ୍ନି ଦେଇଥିଲେ |

କେବଳ ମୁଖାଗ୍ନି ଦେଇନଥିଲେ ବରଂ ନିଜେ ନିଜ ମଥାରୁ ସିନ୍ଦୁର ପୋଛିଥିଲେ | ଏଠାରେ ସୂଚନା ଥାଉ କି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି | ଆସନ୍ତା ୧୪ ତାରିଖ ଯାଏଁ ଏହି ଲକଡାଉନ ସ୍ଥିତି ଜାରି ରହିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା |

ସମ୍ବନ୍ଧିତ ଖବର