ତିରୁପତି ମନ୍ଦିରରେ ପୂଜାର୍ଚ୍ଚନାପରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ଯେ ସେ ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ସେ କହିଛନ୍ତି ଯେ ପ୍ରଥମେ ତିରୁପତି ବାଲାଜୀଙ୍କ ଦର୍ଶନ କରିବେ। ଯୁଦ୍ଧ ପୂର୍ବରୁ ନିଜର ସୈନିକମାନଙ୍କୁ ପ୍ରସ୍ତୁତ କରିବେ। ଏଥିଲାଗି ସେ ତିରୁପତିଙ୍କ ଆଶୀର୍ବାଦ ଭିକ୍ଷା କରିବେ ବୋଲି କହିଛନ୍ତି ଟିଡିପି ମୁଖ୍ୟ ଏନ.ଚନ୍ଦ୍ରଭାନୁ ନାଇଡୁ । ସେ କହିଛନ୍ତି ଯେ ଏହି ନିର୍ବାଚନ ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କ ଆତ୍ମସମ୍ମାନର ପ୍ରଶ୍ନ।

ଚନ୍ଦ୍ରବାବୁ ନାଇଡୁ ମୋଦୀ ସରକାରଙ୍କ ବିରୋଧରେ ବିଷାଦ୍‌ଗାର କରି କହିଥିଲେ ଯେ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ନ ଦେବା କାରଣରୁ ରାଜ୍ୟର ପ୍ରଗତି ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ରାଜ୍ୟ ସରକାର ମାତ୍ର ନଅ ମାସ ମଧ୍ୟରେ ସଚିବାଳୟ ନିର୍ମାଣକୁ ସଂପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଟିଡିପି ପୁଣି କ୍ଷମତାକୁ ଆସିବ ବୋଲି ସେ ଦୃଢୋକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର