ଏଣିକି ପଡ଼ୋଶୀଙ୍କ ଉସକାଣର କଡ଼ା ଜବାବ ଦେବ ଭାରତ: ପାକିସ୍ତାନ ପ୍ରତିପକ୍ଷକୁ କହିଲେ ଭାରତୀୟ ଡିଜିଏମ୍‌ଓ

ନୂଆଦିଲ୍ଲୀ: ଭାରତର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେସନ୍‌(ଡିଜିଏମ୍‌ଓ) ଲେଫଟନାଣ୍ଟ ଜେନେରାଲ୍‌ ଏ.କେ.ଭଟ୍ଟ ସୋମବାର ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ମେଜର ଜେନେରାଲ୍‌ ସାହିଦ ସମସଦ୍‌ ମିର୍ଜାଙ୍କୁ ଚେତାବନୀ ଦେଇଛନ୍ତି। ଭଟ୍ଟ ଚେନାବନୀ ଦେଇ କହିଛନ୍ତି ଯେ ‘ପଡ଼ୋଶୀ ଦେଶଗୁଡ଼ିକ ଉସକାଇଲେ ଭାରତୀୟ ସେନା ସେମାନଙ୍କୁ କଡ଼ା ଜବାବ ଦେବ।

ନିକଟରେ ଭାରତୀୟ ସେନା ସୀମାରେ ଗୁଳି ଚାଳନା କରି ହିଂସା ଉପୁଜାଇଥିଲା ବୋଲି ପାକିସ୍ତାନ କରିଥିବା ଅଭିଯୋଗକୁ ଅସ୍ୱୀକାର କହିଛନ୍ତି ଭଟ୍ଟ। ସେ କହିଛନ୍ତି,‘ଭାରତୀୟ ସେନା ସବୁବେଳେ ଶାନ୍ତିରେ ବିଶ୍ୱାସ ରଖେ। ଭାରତ କେବେ ନଜ ଆଡୁ ଗୁଳି ଚାଳନା କରି ନ ଥିଲା। ମାତ୍ର ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିଚାଳନାର ଭାରତ ଜବାବ ଦେଇଛି।’

 

 

ସମ୍ବନ୍ଧିତ ଖବର