ପଶ୍ଚିମ ବଙ୍ଗରୁ ଟିଏମସିକୁ ଓପାଡି ଫିଙ୍ଗିଦିଆଯିବ : ଅମିତ ଶାହା

କୋଲକତା : ବିଜେପି ଅଧ୍ୟକ୍ଷ ଅମିତ ଶାହ ପୁଣି ଆଜି ନିଜର ପୁରୁଣା କଥା ଦୋହରାଇଛନ୍ତି । ପଶ୍ଚିମ ବଙ୍ଗରୁ ତୃଣମୂଳକୁ ଓପାଡି ଫିଙ୍ଗିଦିଆଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଓଡ଼ିଶାରେ ମଧ୍ୟ ସେ ବିଜେଡ଼ିକୁ ଓପାଡି ଫିଙ୍ଗିବାକୁ ସେ କହିଥିଲେ । କୋଲକତାରେ ଆୟୋଜିତ ବିଜେପିର ଏକ ବିଶାଳ ର‍୍ୟାଲିରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସକୁ ନିଶ୍ଚିତଭାବେ ଗାଦିଚ୍ୟୁତ କରାଯିବ । ମମତା ବାନାର୍ଜି ଏନଆରସିକୁ ବିରୋଧ କରୁଛନ୍ତି । କାରଣ ସେ ବେଆଇନ ବାଂଲାଦେଶୀଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ସେ ଯେତେ ବିରୋଧ କଲେ ମଧ୍ୟ ଏନଆରସି କାମ ଜାରି ରହିବ ଓ ଏହାକୁ ସଂପୂର୍ଣ୍ଣ କରାଯିବ । ସେ କହିଛନ୍ତି ଯେ ବେଆଇନ ବାଂଲଦେଶୀମାନେ ଆମ ଦେଶର ସୁରକ୍ଷା ପାଇଁ ବିପଦ । ଏଣୁ ଏସଂପର୍କରେ ରାହୁଲଗାନ୍ଧି ଓ ମମତା ବାନାର୍ଜି ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବାଂଲାଦେଶୀ ଅନୁପ୍ରବେଶ ଏକ ବଡ଼ ସଂକଟ ଭାବେ ଦେଖାଦେଇଛି । ଏହାକୁ ରୋକାନଗଲେ ରାଜ୍ୟ ତିଷ୍ଠିରହିବା କଷ୍ଟକର ହୋଇପଡିବ । ପୂର୍ବର ବାମପନ୍ଥୀ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭୋଟବ୍ୟାଙ୍କ ଭାବେ ଦେଖୁଥିଲେ, ଏବେ ତୃଣମୂଳ କଂଗ୍ରେସ ମଧ୍ୟ ତାଙ୍କୁ ଭୋଟବ୍ୟାଙ୍କଭାବେ ଦେଖୁଛି । କିନ୍ତୁ ସେମାନଙ୍କୁ କଣ ଆମ ଦେଶରୁ ବିଦା କରିବା ଉଚିତ ହେବନାହିଁ, ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର