ମଦମୃତ୍ୟୁ ସଂଖ୍ୟା ୧୧୬ ଛୁଇଁଲା

Oଯୋଗୀ କହିଲେ ରାଜନୈତିକ ଷଡ଼୍‌ଯନ୍ତ୍ର O ମାମଲାର ତଦନ୍ତ କରିବO ଏସ୍‌ଆଇଟି ୟୁପି ବିଧାନସଭାରେ ହଙ୍ଗାମା, ‌ଯୋଗୀଙ୍କ ଇସ୍ତଫା ଦାବି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମଦମୃତ୍ୟୁ ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ବିଷାକ୍ତ ମଦ ହେତୁ ଦୁଇ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଏହି ମୃତ୍ୟୁ ସଂଖ୍ୟା ୧୧୬ରେ ପହଞ୍ଚିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଏକ ରାଜନୈତିକ ଷଡ଼୍‌ଯନ୍ତ୍ର ବୋଲି କହିଛନ୍ତି। ଗତକାଲି ସାମ୍ବା‌ଦିକମାନଙ୍କୁ ସୂଚନା ଦେଇ ଯୋଗୀ ଦାବି କରିଛନ୍ତି, ପୂର୍ବରୁ ଏଭଳି କାର୍ଯ୍ୟରେ ସପା ସଦସ୍ୟମାନେ ସାମିଲ ଥିଲେ। ତେଣୁ ଏହା ଏକ ରାଜ‌ନୈତିକ ଷଡ଼୍‌ଯନ୍ତ୍ର ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ପାଇଁ ଯୋଗୀ ସରକାର ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍‌ଆଇଟି ଗଠନ କରିଛନ୍ତି। ସେପଟେ ମଦମୃତ୍ୟୁ ଘଟଣାକୁ ବିରୋଧ କରି ଆଜି ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି। ଗୃହରେ ପ୍ରଶ୍ନକାଳ ଚାଲିଥିବା ସମୟରେ ବିରୋଧୀ ସଦସ୍ୟମାନେ ଯୋଗୀଙ୍କ ଇସ୍ତଫା ଦାବି କରିଥିଲେ। ଯୋଗୀଙ୍କ ଇସ୍ତଫା ଦାବିରେ ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର