ଖୁବ୍‌ ଶୀଘ୍ର ଯୁଦ୍ଧ ବିମାନ ଉଡ଼ାଇବେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ, ଆଇଏଏମ୍‌ର ଅନ୍ତିମ ମଞ୍ଜୁରିକୁ ଅପେକ୍ଷା

ନୂଆଦିଲ୍ଳୀ: ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇବେ ବୋଲି ଖବର ହସ୍ତଗତ ହୋଇଛି। ୩୫ ବର୍ଷିଅ ଏହି ପାଇଲଟ୍‌ଙ୍କୁ ବେଙ୍ଗାଲୁରର ଇନ୍‌ଷ୍ଟିଟିଉଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌(ଆଇଏଏମ୍‌) ପକ୍ଷରୁ ଅନ୍ତିମ ମଞ୍ଜୁରି ମିଳିବା ପରେ ଯାଇ ସେ ପୁଣି ଥରେ ବିମାନ ଉଡ଼ାଣ ଭରିପାରିବେ ବୋଲି ସୂଚନା ରହିଛି। ପୂର୍ବରୁ ଅଭିନନ୍ଦନ ହସ୍ପିଟାଲ୍‌କୁ ଫେରି ନିଜ ଘରକୁ ନ ଯାଇ ସିଧା ସଳଖ ଯାଇ ବାୟୁସେନାରେ ଯୋଗ ଦେଇଥିଲେ। ମାତ୍ର ସେ ଶାରୀରିକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ତାଙ୍କୁ ବିମାନ ଚଳାଇବାର ଅନୁମତି ମିଳିନଥିଲା। ଏବେ ସେ ପୂର୍ବ ପରି ସୁସ୍ଥ ହେବାକୁ ଲାଗିବାରୁ ଏହି କିଛି ଦିନ ମଧ୍ୟରେ ବିମାନ ଉଡ଼ାଇବାର ଅନୁମତି ପାଇବେ ବୋଲି ଜାଣିବାକୁ ମିଳିଛି।

ଉଲ୍ଳେଖଯୋଗ୍ୟ, ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଫେବ୍ରୁଆରି ୨୭ ତାରିଖରେ ଭାରତ ସୀମା ଡେଇଁ ଆକ୍ରମଣ କରିବାକୁ ପଶି ଆସିଥିବା ବେଳେ ତାକୁ ଗୋଡ଼େଇ ଗୋଡ଼ଇ ପାକ୍‌ ସୀମାକୁ ପଶି ଯାଇଥିବା ଅଭିନନ୍ଦନ ଭାରତୀୟ ବାୟୁସେନାର ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଧ କରିଛନ୍ତି। ଭାରତୀୟ ବାୟୁସେନା ବିମାନ ମିଗ୍‌-୨୧କୁ ଧରି ଅଭିନନ୍ଦନ ଶତ୍ରୁମାନକୁ ଉଚିତ ଶିକ୍ଷା ଦେବାକୁ ଯାଇ ପାକିସ୍ତାନରେ ଖସି ପଡ଼ି ବନ୍ଦୀ ହୋଇ ରହିଥିଲେ। ତାଙ୍କ ଦେଶରେ ଦୀର୍ଘ ୫୦ ଘଣ୍ଟା ବିତାଇବା ପରେ ପୂର୍ଣ୍ଣ ସମ୍ମାନର ସହ ଦେଶକୁ ଫେରିଥିଲେ ଓ୍ଵିଙ୍ଗ୍‌ କମାଣ୍ଡର୍‌।

ସମ୍ବନ୍ଧିତ ଖବର