ଡିସେମ୍ବର ୧୧ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୧ରୁ ଜାନୁୟାରୀ ୮ ମଧ୍ୟରେ ହେବ । ଏଥିଲାଗି କେନ୍ଦ୍ର ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସପିଏ) ସୁପାରିଶ କରିଛି । ଗତ କାଲି ରାତିରେ ସିସିପିଏର ବୈଠକ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସି ଏହି ତାରିଖ ଚୂଡାନ୍ତ ହୋଇଥିଲା । ସଂସଦର ଶୀତକାଳୀନ ଅଧିବେସନ ସାଧାରଣତଃ ନଭେମ୍ବର ମାସରୁ ଆରମ୍ଭ ହୋଇଥାଏ । କିନ୍ତୁ କ୍ରମାଗତ ୨ୟ ବର୍ଷ ପାଇଁ ଶୀତ ଅଧିବେଶନ ଡିସେମ୍ବରରୁ ଆରମ୍ଭ ହେଉଛି । ଦେଶରେ ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ସରକାର ଶୀତ ଅଧିବେଶନକୁ ଘୁଞ୍ଚାଇଦେଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର