ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଭାରତ ଉଦ୍ୟମ କରୁଛି : ପାକ ବୈଦେଶିକ ମନ୍ତ୍ରୀ

ଇସ୍ଲାମାବାଦ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ସୋମବାରଦିନ କହିଛନ୍ତି ଯେ ଭାରତ ଚାହୁଁଛି ପାକିସ୍ତାନ ଏଫଏଟିଏଫ ଦ୍ୱାରା କଳାତାଲିକାଭୁକ୍ତ ହେଉ । ଏଥିପାଇଁ ଭାରତ ସବୁପ୍ରକାରର ସ୍ତରରେ ଲବି କରୁଛି, ବିଭିନ୍ନ ଦେଶଙ୍କ ସହାୟତା ଲୋଡୁଛି ।
ସୂଚନାଯୋଗ୍ୟ ଯେ ସୋମବାରଠାରୁ ପ୍ୟାରିସଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ସାଧାରଣ ଓ ଓ୍ଵାର୍କିଂ ଗ୍ରୁପ ବୈଠକ । ଏହି ବୈଠକରେ ଦେବାଳିଆ ହୋଇଯାଇଥିବା ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ କେତେଦୂର ଆଗେଇଛି ତାହାର ସମୀକ୍ଷା ଏଠାରେ କରାଯିବ ।
ଗତ ଜୁନରେ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଥିଲା । ଏହି ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର