ବିରଳ ରୋଗ ପାଇଁ ‘ସର୍ପକନ୍ୟା’ ପାଲଟିଛନ୍ତି ନାବାଳିକା

ନୂଆଦିଲ୍ଲୀ : ଶରୀର ସହ ରୋଗର ସଂପର୍କ ସହଜାତ । ସେହିପରି ଇନ୍ଦୋର ସହରର ୧୩ ବର୍ଷର ବିଦିକା ଗୁପ୍ତାଙ୍କ ଠାରେ ଏକ ବିରଳ ରୋଗ ଦେଖିବାକୁ ମିଳିଛି। ଏହି ରୋଗ ବିଶ୍ୱରେ ଖୁବ୍‌ କମ ଜଣଙ୍କୁ ହୋଇଥାଏ । ଏହି ବିରଳ ରୋଗ ପାଇଁ ବିଦିକା ଖରାକୁ ବାହାରିବା ମାତ୍ରେ ତାଙ୍କ ତ୍ୱଚା ଫାଟି ସେଥିରୁ ରକ୍ତ ବାହାରି ଥାଏ । ଏଣୁ ବିଦିକା ବର୍ତ୍ତମାନ ସର୍ପ ସଦୃଶ ଦେଖାଯିବା ସହ ସହରରେ ସେ ସର୍ପକନ୍ୟା ଭାବେ ପରିଚିତ ହୋଇଛନ୍ତି । ସେ ଜେନେଟିକ୍‌ ଲାମାଲାର ଇଚିଓସିସ୍‌ ନାମକ ବିରଳ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ତେବେ ଡ଼ାକ୍ତରଙ୍କ ଅନେକ ପ୍ରଚେଷ୍ଟା ପରେ ମଧ୍ୟ ତାଙ୍କର ଏହି ରୋଗର କିଛି ସମାଧାନ ବାହାରି ପାରିନାହିଁ ।

punjabkesari

ବିଦିକାଙ୍କ ପିତା ସଞ୍ଜୟ ଗୁପ୍ତାଙ୍କ ଅନୁଯାୟୀ , ବିଦିକାଙ୍କ ସହ ତାଙ୍କ ପରିବାରର ଅନ୍ୟ ଦୁଇ ଶିଶୁ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ରହିଥିଲେ । କିନ୍ତୁ ଅନ୍ୟ ଦୁଇ ଜଣଙ୍କର ବହୁ କମ ବୟସରେ ହିଁ ମୃତ୍ୟୁ ହୋଇଯାଇଥିଲା । ବିଦିକାଙ୍କ ଏହି ରୋଗ ପାଇଁ ତାଙ୍କର ମୁଣ୍ଡ କେଶ ମଧ୍ୟ ଝଡ଼ିବାରେ ଲାଗିଛି। ବିଦ୍ୟାଳୟରେ ସମସ୍ତେ ତାଙ୍କୁ ସର୍ପକନ୍ୟା ବୋଲି ଡ଼ାକୁଛନ୍ତି । ବିଦିକା ବର୍ତ୍ତମାନ ପ୍ରାୟ ସମୟ ଘରେ ହିଁ ରହୁଛନ୍ତି । ତେବେ ଏହି ରୋଗ ଦୁନିଆରେ ୨ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ । ପୃଥିବୀର ବିଭିନ୍ନସ୍ଥାନରେ ଏହି ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉପଚାର ମିଳିନାହିଁ । ଡ଼ାକ୍ତରୀ ଦଳ ବିଦିକାଙ୍କର ପ୍ରାଥମିକ ଉପଚାର କରୁଥିଲେ ମଧ୍ୟ ବିଦିକାଙ୍କର ସଂପୂର୍ଣ୍ଣ ଠିକ ହେବାର ସମ୍ଭାବନା ବହୁତ କମ୍‌ ରହିଛି।

ସମ୍ବନ୍ଧିତ ଖବର