ରାଣେଙ୍କୁ କେହି ମେଣ୍ଟରେ ନେଲେନି : ନିଜ ଦଳରୁ ଏକାକୀ ଲଢ଼ିବେ ପୁଅ ନୀଲେଶ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର ସ୍ବାଭିମାନ ପାର୍ଟି(ଏମ୍ଏସପି) ପ୍ରତିଷ୍ଠାତା ମୁଖ୍ୟଙ୍କ ନାରାୟଣ ରାଣେଙ୍କ ସହ କୌଣସି ଦଳ ଆଗାମୀ ନିର୍ବାଚନ ପାଇଁ ମେଣ୍ଟ କରିବାକୁ ଆଗ୍ରହ ଦେଖାଉନଥିବାରୁ ତାଙ୍କ ବଡ଼ପୁଅ ନୀଲେଶ ଏକା ଏକା ତାଙ୍କ ନିଜ ଦଳର ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ବିଜେପି-ଶିବସେନା ଏବଂ କଂଗ୍ରେସ-ଏନସିପି ମଧ୍ୟରେ ମେଣ୍ଟ ପାଇଁ ଆଲୋଚନା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଣେଙ୍କ ଏମ୍ଏସପିକୁ ସାଙ୍ଗରେ ନେବାକୁ ଏହି ଦୁଇ ମେଣ୍ଟ ଆଗଭର ହୋଇନାହାନ୍ତି। ତେଣୁ ମହାରାଷ୍ଟ୍ରରେ ଏମ୍ଏସପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ନୀଲେଶ ରତ୍ନଗିରି-ସିନ୍ଧୁଦୁର୍ଗ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ରାଣେ ଆଜି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର