ପୁଲଓ୍ଵାମା ଘଟଣାକୁ ନେଇ ମମତାଙ୍କ ବୟାନ : ଆଗକୁ ନିର୍ବାଚନ ଥିବାରୁ ମୋଦି ଦେଶରେ ଯୁଦ୍ଧ ବାତାବରଣ ସୃଷ୍ଟି କରୁଛନ୍ତି

କୋଲକତା : କାଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ଓ କ୍ରୋଧରେ ଥିବାବେଳେ ରାଜନୈତିକ ନେତାମାନେ ନିଜର ବୟାନବାଜି ଜାରି ରଖିଛନ୍ତି । ତେବେ  ସବୁଠାରୁ ଦୁର୍ଭାଗ୍ୟଜନକ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେ କହିଛନ୍ତି ଯେ ଆଗକୁ ନିର୍ବାଚନ ଥିବାବେଳେ ଏହି ଆକ୍ରମଣ ସଂଦେହ ସୃଷ୍ଟି କରୁଛି । ଯଦି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ନେଇ ପୂର୍ବରୁ ସୂଚନା ଥିଲା, ତେବେ କାହିଁକି ସେହି ବାଟ ଦେଇ ଯବାନମାନଙ୍କୁ ଯିବାକୁ ଦିଆଗଲା ?

ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଓ ଅମିତ ଶାହା ଦେଶରେ ଏକ ଯୁଦ୍ଧ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ଏପରି କାହିଁକି ହେଉଛି ଓ ସରକାର ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ତାହା ସଂଦେହ ସୃଷ୍ଟି କରୁଛି । ତାଙ୍କ ରାଜ୍ୟରେ ହିଂସାକାଣ୍ଡ ସୃଷ୍ଟି କରୁବାକୁ ଚାହୁଁଥିବା ଦକ୍ଷିଣପନ୍ଥୀ ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମୋଦିଙ୍କ ନିର୍ଦ୍ଦେଶରେ ତାଙ୍କର ଫୋନ ଟ୍ୟାପିଂ କରାଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର