ରାମ ରହିମ ଜେଲ୍‌ରେ ଥିବାରୁ ଡେରା ସମ୍ଭାଳୁଛନ୍ତି ମାଆ ନସୀବ

ରୋହତକ୍‌: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମ ଜେଲ୍‌ ଯିବା ଛଅ ମାସ ପାଖାପାଖି ହେଲାଣି। ଏବେ ତାଙ୍କ ମାଆ ବୁଝାଶୁଝା କରୁଛନ୍ତି ଡେରା କଥା। ରାଜସ୍ଥାନର ଗଙ୍ଗାନଗର ଜିଲ୍ଲା ଅନ୍ତର୍ଗତ ରାମ ରହିମଙ୍କ ପୈତୃକ ଘର ଗରୁସାର୍‌ ମୋଦିଆ ଗାଁ’ରୁ ନସୀବ ସପ୍ତାହରେ ଥରେ ଭକ୍ତମାନଙ୍କୁ ଭେଟିବାକୁ ଆସୁଛନ୍ତି।

ରବିବାର ଦିନ ‘ନାମ ଚର୍ଚ୍ଚ’ ପ୍ରବଚନ ଅନୁଷ୍ଠାନରେ ରାମ ରହିମଙ୍କ ୭୦ ବର୍ଷୀୟ ମାଆ ସିର୍‌ସାକୁ ଆସୁଛନ୍ତି। ଏବେ କିନ୍ତୁ, ଏଥିରେ ପୂର୍ବଭଳି ବିଶେଷ ଭକ୍ତ ସମାଗମ ହେଉ ନାହିଁ।

ଡାକବାଜି ଯନ୍ତ୍ରରେ ପ୍ରବଚନ ବାଜୁଛି। ନସୀବ କେତେକ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ତା’ପରେ ଗୁରସାର୍‌ ମୋଦିଆ ଫେରି ଯାଉଛନ୍ତି। ଗୁରମୀତ ବନ୍ଦୀ ଥିବା ରୋହତକ୍‌ର ସୁନରିଆ ଜେଲ୍‌କୁ ସେ ହିଁ ସବୁଠୁ ବେଶୀ ଥର ଯାଉଛନ୍ତି।

ଡେରା ମୁଖ୍ୟାଳୟରେ ଅନୁଗାମୀମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସହ ଦୁଷ୍କର୍ମ କରିଥିବା ଦୋଷରେ ପଞ୍ଚକୁଳା ସିବିଆଇ କୋର୍ଟ ଗୁରମୀତଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଇଛନ୍ତି। ଗୁରମୀତ ଦୋଷୀ ସାବ୍ୟସ୍ତ ହେବାର ମାସେ ପରେ ନସୀବ ଘୋଷଣା କରିଥିଲେ କି, ତାଙ୍କର ନାତି ଯଶମୀତ ତାଙ୍କର ପରବର୍ତ୍ତୀ ଉତ୍ତରାଧୀକାରୀ ହେବେ। ୨୦୦୭ରେ ଏହି ନିଷ୍ପତ୍ତି ନିଆ ଯାଇଥିବା କଥା ସେ କହିଛନ୍ତି।

ସମ୍ବନ୍ଧିତ ଖବର