ବିନା ଭୋଜିରେ ଭିଆଇପି ବାହାଘର

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ପୁଅ ଉତ୍କର୍ଷ ମୋଦିଙ୍କ ବିବାହ ପାଟନାରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି। ଉତ୍କର୍ଷ ଓ ଯାମିନୀଙ୍କ ବିବାହକୁ ଏକ ଆଦର୍ଶ ବିବାହ ଭାବେ ଗ୍ରହଣ କରାଯାଇଛିି । ବିନା ଭୋଜି ଏବଂ ବିନା ବ୍ୟାଣ୍ଡ୍‌ବାଜାରେ ଏହି ବିବାହ ଉତ୍ସବ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଖୋଲା ଆକାଶ ତଳେ ସଂପନ୍ନ ହୋଇଥିଲା। ଅତିଥିଙ୍କ ପାଇଁ କୌଣସି ଭୋଜି ଆୟୋଜନ ହୋଇନଥିବା ବେଳେ ଏହି ଅବସରରେ ପ୍ରସାଦ ସ୍ୱରୂପ ୪ଟି ଲେଖାଏଁ ଲଡ଼ୁ ଦିଆଯାଇଥିଲା। ଏହି ସମାରୋହରେ ବୈବାହିକ ବୈଦିକ ମନ୍ତ୍ରର ହିନ୍ଦୀ ଅନୁବାଦ ପୁସ୍ତିକା ଅତିଥିମାନଙ୍କୁ ଉପହାର ସ୍ୱରୂପ ଦିଆଯାଇଥିଲା। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏହି ବିବାହ ସମାରୋହରେ ଯୋଗଦେଇ ବରକନ୍ୟାଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ଲାଲୁ-ନୀତୀଶ କେହିକାହା ମୁହଁକୁ ଚାହିଁନଥିଲେ।

ସମ୍ବନ୍ଧିତ ଖବର