ଦିନେ କୋଟ କୋଟି ଟଙ୍କାର ମାଲିକାଣୀ ଥିବା ଏହି ମହିଳା ଆଜି ରାସ୍ତା କଡ଼ର ଭିକାରି, ଗୋଟିଏ ଭୁଲ ପାଇଁ ହୋଇଗଲେ କାଙ୍ଗାଳ

ନୂଆଦିଲ୍ଲୀ : ସମୟ ଏବଂ ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇବ ତାହା କେହି କହି ପାରିବେ ନାହିଁ । ହସି ଖେଳି ବଞ୍ଚୁଥିବା ପରିବାର କେତେବେଳେ ଯେ ଭାଙ୍ଗିଯିବ ତାହା ଜାଣିବା କଷ୍ଟ। ଲଣ୍ଡନରେ ଘଟିଥିବା ଘଟଣା ଏହି ସବୁ କଥାକୁ ସତ ବୋଲି ପ୍ରମାଣ କରିଛି । କୋଟି କୋଟି ଟଙ୍କାର ମାଲିକ ଥିବା ମହିଳା ଆଜି ରାସ୍ତାର ଭିକାରି ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନେ ସ୍ୱାମୀ ଏବଂ ଦୁଇ ଝିଅ ସହ ଖୁସିରେ ରହୁଥିବା ବେଳେ ଆଜି ତାଙ୍କ ପାଖରେ ତାଙ୍କ ପରିବାର ନାହିଁ । ଏତେ ସବୁ ପରିବର୍ତ୍ତନ ପଛରେ ମହିଳାଙ୍କ ଖରାପ ଅଭ୍ୟାସ ମୁଖ୍ୟ କାରଣ ବୋଲି ଜଣା ପଡ଼ିଛି ।

bhaskar.com

ଆଜ୍ଞା ହଁ! ଅତ୍ୟଧିକ ନିଶା ସେବନ ପାଇଁ ସେ ଆଜି ଭିକାରି ହୋଇଥିବା ଜଣା ପଡ଼ିଛି । ଏଠିି ଯେଉଁ ମହିଳାଙ୍କ ବିଷୟରେ କୁହାଯାଉଛି ସେ ହେଉଛନ୍ତି ଲୋର୍ଣ୍ଣ ବେବ୍‌ । ୧୬ବର୍ଷ ବୟସରେ ତାଙ୍କ ନିଜ ମାତା-ପିତା ତାଙ୍କୁ ଅନ୍ୟ ହାତକୁ ଟେକି ଦେଇଥିବା ବେଳେ ସେ ନିଜ ଅସଲି ମାତା-ପିତାଙ୍କଠାରୁ ଦୂରେଇ ଯାଇଥିଲେ । ୧୯ବର୍ଷ ବୟସରେ ଲୋର୍ଣ୍ଣ କେମ୍ବ୍ରିଜ ଆସିଥିବା ବେଳେ ୨୧ବର୍ଷ ବୟସରେ ସେ ନିଜର ପ୍ରଥମ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରଥମ ସନ୍ତାନ ପରେ ସେ ବିବାହ କରି ୩୦ବର୍ଷ ବୟସରେ ସେ ନିଜର ଦ୍ୱିତୀୟ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ିି ଚାଲିଯିବା ପରେ ସେ ନିଶା ନେବା ଆରମ୍ଭ କରିଥିଲେ । ତାଙ୍କୁ ପାଳିଥିବା ମାତା-ପିତାଙ୍କଠାରୁ ତାଙ୍କୁ ୨କୋଟି ଟଙ୍କାର ସମ୍ପତି ମିଳିଥିବା ବେଳେ ସେହି ଟଙ୍କାକୁ ନେଇ ଡ଼୍ରଗ୍ସରେ ସେ ମାସକୁ ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲେ । ନିଜ ସହ ନିଜ ସାଥୀମାନଙ୍କ ପାଇଁ ମଧ୍ୟ ସେ ଡ଼୍ରଗ୍ସ କିଣୁଥିଲେ । ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ତାଙ୍କ ଦୁଇ ଝିଅ ତାଙ୍କଠାରୁ ଦୂରେଇ ଯାଇଥିଲେ । ଡ଼୍ରଗ୍ସ ନେଇ ନେଇ ତାଙ୍କର ସବୁ ସମ୍ପତି ଶେଷ ହୋଇଯିବା ସହ ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ଏବେ ତାଙ୍କ ପାଖରେ ରହିବା ପାଇଁ ଘର ନ ଥିବାରୁ ରାସ୍ତା କଡ଼ରେ ତାଙ୍କ ଜୀବନ କଟୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର