କରୋନା ଆକ୍ରାନ୍ତଙ୍କ କରୁଣ କାହାଣୀ : ଅନୁମତି ନ ନେଇ କରୋନା ସଂକ୍ରମିତ ସ୍ୱାମୀଙ୍କ ଅନ୍ତିମସଂସ୍କାର କରିଦେଲା ଡାକ୍ତରଖାନା, ୧୬ଦିନ ପରେ ଜାଣିଲା ସ୍ତ୍ରୀ, ତା’ ପରେ..

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କରୋନା ଆକ୍ରାନ୍ତ ହୋଇ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଡାକ୍ତରଖାନା ଅନ୍ତିମସଂସ୍କାର କରିଥିବା ଜାଣି ଏବେ ଘଟଣାର ତଦନ୍ତ ଦାବି କରିଛନ୍ତି ହାଇଦ୍ରାବାଦରେ ରହୁଥିବା ଏହି ମହିଳା | ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇ ନାହିଁ ବରଂ ସେ ନିଖୋଜ ଅଛନ୍ତି ବୋଲି ମହିଳା ଦାବି କରିଛନ୍ତି| ଅନ୍ୟପକ୍ଷରେ ମେ ୧ରେ କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହେବା ପର ଦିନ ହିଁ ପରିବାର ସଦସ୍ୟଙ୍କୁ ଅବଗତ କରାଇବା ପରେ ଶବଦାହ କରାଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି |

ବନସ୍ଥଳୀପୁରମ୍ କଲୋନିରେ ରହୁଥିବା ଆଲାମପାଲି ମାଧବୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ମେ ୧୬ରେ ସେ ଏବଂ ତାଙ୍କ ଦୁଇ ଝିଅ କରୋନା ମୁକ୍ତ ହୋଇ ଘରକୁ ଫେରିବା ସମୟରେ ଗାନ୍ଧୀ ହସ୍ପିଟାଲରୁ ତାଙ୍କ ସହ ତାଙ୍କ ସ୍ୱାମୀ ଏ ମଧୁସୂଦନ (୪୨) ଘରକୁ ଆସି ନ ଥିଲେ। ତାଙ୍କ ସ୍ୱାମୀଙ୍କୁ ଏପ୍ରିଲ ୨୭ରେ କିଙ୍ଗ କୋଠି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଏପ୍ରିଲ ୩୦ରେ ଗାନ୍ଧୀ ଡାକ୍ତରଖାନାକୁ ନିଆଯାଇଥିଲା। ମାଧବୀଙ୍କ ଅନୁଯାୟୀ, ଶବଦାହ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଅନୁମତି ନେଇ ନ ଥିଲେ ଏବଂ ମୃତଦେହ ଚିହ୍ନଟ କରିବାକୁ ମଧ୍ୟ ଡାକି ନଥିଲେ । ଶବଦାହ ପରେ ପ୍ରମାଣ ଆକାରରେ କିଛି ଭିଡିଓ, ଫଟୋ କିମ୍ବା ତାଙ୍କର ଜିନିଷପତ୍ର ମଧ୍ୟ ସେମାନେ ଦେଖାଇ ନାହାନ୍ତି |

With second death in Maharashtra, India's coronavirus death toll ...
Deccan Herald

ମାଧବୀଙ୍କ ଟୁଇଟ ମୁତାବକ, “ମେ ୧୬ରେ, ଯେତେବେଳେ ଆମେ ଡିସଚାର୍ଜ ହୋଇଥିଲୁ, ମୁଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମୋ ସ୍ୱାମୀଙ୍କ ବିଷୟରେ ପଚାରିଥିଲି, କିନ୍ତୁ ସେମାନେ ସଠିକ୍ ଉତ୍ତର ଦେଇନଥିଲେ। ସେମାନେ ପ୍ରଥମେ କହିଥିଲେ ଯେ, ସେ ଭେଣ୍ଟିଲେଟରରେ ଅଛନ୍ତି କିନ୍ତୁ ପରେ ସେ ଆଉ ଜୀବିତ ନାହାନ୍ତି ବୋଲି କହିଥିଲେ। ମୋ ସ୍ୱାମୀଙ୍କ ନିଖୋଜ ମାମଲାର ଯାଞ୍ଚରେ ସାହାଯ୍ୟ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ବୋଲି ତେଲେଙ୍ଗାନା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ.ଟି ରାମା ରାଓଙ୍କୁ ଟ୍ୟାଗ କରି ସେ ଲେଖିଛନ୍ତି।

ଗାନ୍ଧୀ ହସପିଟାଲର ଅଧୀକ୍ଷକ ଡାକ୍ତର ରାଜା ରାଓ ଏକ ବିବୃତି ଜାରି କରି କହିଛନ୍ତି ଯେ, ମହିଳାଙ୍କର ସ୍ୱାମୀ କରୋନା ଆକ୍ରାନ୍ତ ହେବା ସହ ତାଙ୍କର ଅନେକ ଶାରୀରିକ ସମସ୍ୟା ରହିଥିଲା, ଯାହା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ମେ ୧ ତାରିଖ ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପ୍ରକ୍ରିୟା ଅନୁଯାୟୀ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା ଏବଂ ପ୍ରୋଟୋକଲ ଅନୁସରଣ କରି ମୃତଦେହ ପୁଲିସକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେମାନଙ୍କ ସ୍ୱୀକୃତି ନିଆଯାଇଥିଲା। ପରେ ଶବକୁ ଜିଏଚଏମସି ଦ୍ୱାରା ଶବଦାହ କରାଯାଇଥିଲା ବୋଲି ସେ କହିଛନ୍ତି। ମାଧବୀଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଇ ରାଓ କହିଛନ୍ତି ଯେ, ଡାକ୍ତରଖାନା , ଡାକ୍ତର ତଥା ଅନ୍ୟ କର୍ମଚାରୀଙ୍କୁ ବଦନାମ କରିବା ଭୁଲ ଅଟେ, ଯେଉଁମାନେ ଶହ ଶହ କୋଭିଡ -୧୯ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି |

ସମ୍ବନ୍ଧିତ ଖବର