#ମି-ଠୁ ଜାଲରେ ଫସିଲେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ, ସଂଗୀନ ଅଭିଯୋଗ ଆଣିଲେ ବିବାହିତା ମହିଳା

ଭୁବନେଶ୍ୱର : ମି-ଠୁ ଅଭିଯାନର ପରିସର ଦିନକୁ ଦିନ ବଢିବାରେ ଲାଗିଛି । ଏବେ ଏହି ତାଲିକାରେ ଦେଶର ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁ ଉଠିଛି । ୨୦୦୪ରେ ସେ ଜଣେ ବିବାହିତା ମହିଳାଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିବା ଅଭିଯୋଗ ଉଠିଛି । ନିଶା ବୋରା ନାମକ ଏହି ମହିଳା ଟ୍ଵିଟ୍ଟର ନିଜର ଏହି ଅନୁଭୂତି ଲେଖିଛନ୍ତି । ଏହି ଘଟଣା ଘଟିବା ବେଳେ ତାଙ୍କର ବୟସ ୨୮ ବର୍ଷ ହୋଇଥିଲା ଓ ସେ ଅଳ୍ପ କିଛି ଦିନ ହେଲା ବିବାହ କରିଥିଲେ । ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ତାଙ୍କର ଶ୍ୱଶୂରଙ୍କ ଦ୍ୱାରା ଦିଆଯାଇଥିବା ଏକ ନୈଶ ଭୋଜିରେ ସେ ଯତୀନ ଦାସଙ୍କ ସହ ପରିଚିତ ହୋଇଥିଲେ । ଏକ ଇଭେଣ୍ଟ ଆୟୋଜନ କରିବା ବାହାନାରେ ସେ ତାଙ୍କୁ ଘରକୁ ଡାକି ଜବରଦସ୍ତି ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ ବୋଲି ବୋରା ଅଭିଯୋଗ କରିଛନ୍ତି । ତାଙ୍କ ଝିଅ ନନ୍ଦିତା ଦାସ ମି-ଠୁ ଅଭିଯାନକୁ ସମର୍ଥନ କରିଥିବାବେଳେ ତାଙ୍କ ବାପାଙ୍କ ନାଁ ଉଠିବା ଏବେ ଏହାକୁ ଏକ ନାଟକୀୟ ମୋଡ ଦେଇଛି ।

ସମ୍ବନ୍ଧିତ ଖବର