ଲିଙ୍ଗ ପରିବର୍ତ୍ତନ ସର୍ଜରି ପାଇଁ ଆର୍‌ପିଏଫ୍‌ରୁ ଅନୁମତି ମାଗିଲେ ମହିଳା କନ୍‌ଷ୍ଟେବଲ

ନୂଆଦିଲ୍ଲୀ: ଆର୍‌ପିଏସ୍‌ଏଫ୍‌ର ଜଣେ ମହିଳା କନ୍‌ଷ୍ଟେବଲ୍‌ ନିଜର ଲିଙ୍ଗ ପରିବର୍ତ୍ତନ ସର୍ଜରି କରିବା ପାଇଁ ଅନୁମତି ସହ ଡାକ୍ତରୀ ଛୁଟି ପାଇଁ ଅନୁମତି ମାଗିଛନ୍ତି। ରେଳ ସୁରକ୍ଷା ବଳ(ଆର୍‌ପିଏଫ) କର୍ମୀଙ୍କ ମଧ୍ୟରୁ ଏପରି ଏକ ଅସ୍ତ୍ରୋପଚାର ପାଇଁ ଅନୁମତି ମାଗିବାରେ ମହିଳା ଜଣକ ପ୍ରଥମ।

ଏଜେନ୍ସି ପକ୍ଷରୁ ମହାରାଷ୍ଟ୍ର ପୁଲିସ୍‌କୁ ପତ୍ର ଲେଖାଯାଇ ମେ ମାସର ଲିଙ୍ଗ ପରିବର୍ତ୍ତନ ସର୍ଜିରି କରିବାକୁ ନିଷ୍ପତ୍ତି ନେଇଥିବା ଲଲିତା ସ୍ଲାବଙ୍କୁ ଏହି ପ୍ରକ୍ରିୟା ସଂପର୍କରେ ପୂର୍ଣ୍ଣ ସୂଚନା ଦେବା ପାଇଁ ଦାବି କରାଯାଇଛି।

ଲିଙ୍ଗ ପରିବର୍ତ୍ତନ ସର୍ଜିରି ପାଇଁ ଅନୁମତି ମାଗିଥିବା ଏହି ଆର୍‌ପିଏଫ୍‌ ମହିଳା ଜଣକ ନିକଟରେ ଦିଲ୍ଲୀରେ ନିଯୁକ୍ତି ପାଇଛନ୍ତି। ଏହି ମାମଲାରେ ମୋତେ ଅନେକ ଆଡୁ ଉତ୍ତମ ସମର୍ଥନ ମିଳିଛି ବୋଲି ମହିଳା ଜଣକ ଗଣମାଧ୍ୟମରେ ବ୍ୟକ୍ତ କରିଛନ୍ତି।

ମହିଳା କନେଷ୍ଟବଲ୍‌ ଜଣକ ନିଜର ପରଚୟ ଗୁପ୍ତ ରଖିବା ପାଇଁ ନିବେଦନ କରିଛନ୍ତି। ସେ ଏକ ରକ୍ଷଣଶୀଳ ପରିବାରର ଝିଅ। ଦୁଇ ଭାଇରେ ସେ ଏକମାତ୍ର ଭଉଣୀ। ତାଙ୍କର ଏପରି ଏକ ନିଷ୍ପତ୍ତିକୁ ଘର ଲୋକ ଗ୍ରହଣ କରିପାରିବେ ନାହିଁ ବୋଲି ସେ ଏହି କଥାକୁ ଗୁପ୍ତ ରଖିଛନ୍ତି।

ସମ୍ବନ୍ଧିତ ଖବର