ଟ୍ରକ୍‌ ତଳକୁ ଚାଲି ଆସିଥିବା ଏହି ମହିଳା ଅଳ୍ପକେ ବଞ୍ଚିଗଲେ

ନୂଆଦିଲ୍ଲୀ: ରାସ୍ତା ପାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ସମୟ ସମୟରେ ଆମେ ସବୁକିଛି ଜାଣି ମଧ୍ୟ ଖାମଖିଆଲି ହୋଇଯାଇଥାଉ ଯାହାଫଳରେ କି ଦୁର୍ଘଟଣାର ଶିକାର ହୋଇଥାଉ।

ଏଭଳି ଏକ ଘଟଣା ଚାଇନାରେ ଦେଖିବାକୁ ମିଳିଛି। ଖାମଖିଆଲି ହୋଇ ରାସ୍ତା ପାର କରୁଥିବା ଜଣେ ମହିଳାଙ୍କୁ ଏଭଳି ଆଚରଣ ମହଙ୍ଗା ପଡ଼ିଛି। ସେ ରାସ୍ତାରେ କୌଣସି ଗାଡ଼ି ଆସୁ ନଥିବା ଦେଖି ଦୌଡ଼ିଦୌଡ଼ି ରାସ୍ତା ପାର କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଧଳା ରଙ୍ଗର ଟ୍ରକ୍‌ ସହିତ ମହିଳା ଧକ୍କା ଖାଇ ଟ୍ରକ୍‌ ତଳକୁ ଚାଲି ଯାଇଥିଲେ। ଘଟଣାସ୍ଥଳରେ ଥାଇ ଏହି ଦୃଶ୍ୟକୁ ଦେଖୁଥିବା ଲୋକମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। ଟ୍ରକ୍‌ ଚାଳକ ତତ୍‌କ୍ଷଣାତ୍‌ ବ୍ରେକ୍‌ ଚାପି ଗାଡ଼ି ଅଟକାଇ ଥିଲେ ଏବଂ ଗାଡ଼ିରୁ ଓହ୍ଲାଇ ମହିଳାଙ୍କୁ ଟ୍ରକ୍‌ ତଳୁ ଉଦ୍ଧାର କରିଥିଲେ। ଆଶ୍ଚର୍ଯ୍ୟର କଥା ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ବି ମହିଳା ଜଣକ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ତାଙ୍କ ଶରୀରରେ ସାମାନ୍ୟ ଆଘତ ଲାଗିଥିଲା। ତେବେ ଏହି ଘଟଣାର ଦୃଶ୍ୟ ସିସିଟିଭ୍‌ ଫୁଟେଜରେ କୈଦ୍‌ ହୋଇଯାଇଛି। ଏହି ଭୟାବହ ଦୃଶ୍ୟର ଫୁଟେଜକୁ ଅନେକ ନିଜ ଫେସ୍‌ବୁକ୍‌ ପୋଷ୍ଟ କରି ସେୟାର କରିଛନ୍ତି।

 

ସମ୍ବନ୍ଧିତ ଖବର