ସୋପିଆନ୍‌ ଏନ୍‌କାଉଣ୍ଟରରେ ମହିଳାଙ୍କ ମୃତ୍ୟୁ, କଶ୍ମୀର ପୁଣି ଅଶାନ୍ତ

ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ

ଶ୍ରୀନଗର: କଶ୍ମୀର ଘାଟିରେ ପୁଣି ଅଶାନ୍ତି ଓ ଉତ୍ତେଜନା ବ୍ୟାପିବାରେ ଲାଗିଛି। ଗତକାଲି ସୋପିଆନ୍‌ରେ ସୁରକ୍ଷା ବାହିନୀ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ବେଳେ ଜଣେ ସ୍ଥାନୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥିତି ଜଟିଳ ହେବାରେ ଲାଗିଛି । ଆଜି ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନର ଡାକରାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା। ଘାଟିରେ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାତ୍ରୀ ପହିବହନ ବ୍ୟବସ୍ଥା ଠପ୍‌୍‌ ହୋଇଯାଇଥିବାରୁ ଲୋକଙ୍କ ସମସ୍ୟା ବଢ଼ିଥିଲା। ଶ୍ରୀନଗରରେ ସୁରକ୍ଷା ବାହିନୀ ଉପରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି । ହୁରିୟତ ନେତା ମିରଓ୍ଵାଇଜ ଉମର ଫାରୁକ୍‌ଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ଆଜି ସ୍ୱାଧୀନ ବିଧାୟକ ଅବଦୁଲ ରସିଦ ମଧ୍ୟ ଲୋକଙ୍କୁ ହିଂସାପାଇଁ ଉସୁକାଉଥଥିବା ଜଣାପଡ଼ିବା ପରେ ତାଙ୍କୁ ପୁଲିସ ଅଟକ ରହିଛି । ଚଳିତ ବର୍ଷ ଆତଙ୍କବାଦୀ ନିପାତ ଅଭିଯାନ ବେଳେ ୬୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର