ୟୁଟ୍ୟୁବ ଭିଡିଓ ଦେଖି ହୋଟେଲ ରୁମ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା !

ନୂଆଦିଲ୍ଲୀ : ଜଣେ ମହିଳାଙ୍କ ଜୀବନରେ ସବୁଠାରୁ ସୁଖମୟ ମୂହୂର୍ତ୍ତ ହୋଇଥାଏ ମାତୃତ୍ୱ । ତେବେ ପ୍ରସବ ସମୟରେ ମହିଳାଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି ଅନେକ ଡ଼ାକ୍ତରୀ ବିଶେଷଜ୍ଞ ମଧ୍ୟ ସେଭଳି ଅସୁବିଧାର ସମୟରେ ହାରମାନି ଯାଇଥାନ୍ତି । କିନ୍ତୁ ନିକଟରେ ସୋସିଆଲ ମିଡ଼ିଆରେ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଜଣେ ମହିଳା ବିନା କୌଣସି ସହାୟତାରେ ଏକୁଟିଆ ଏକ ହୋଟଲରେ ରୁମ୍‌ରେ ୟୁଟ୍ୟୁବ ଭିଡ଼ିଓ ସହାୟତାରେ ପ୍ରସବ କରାଇଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ଘଟଣା ।

ଖବର ଅନୁଯାୟୀ , ୨୨ ବର୍ଷିୟ ଟିଆ ଫ୍ରିମ୍ୟାନ ଆମେରିକାରୁ ଜର୍ମାନ ଯାତ୍ରା କରୁଥିଲେ । ସେହି ସମୟରେ ତୁର୍କୀରେ ୧୭ ଘଣ୍ଟା ପାଇଁ ବିମାନ ରହିଥିଲା। ଏହି ସମୟରେ ଟିଆ ଏକ ହୋଟେଲରେ ଆରାମ କରିବା ପାଇଁ ଯାଇଥିଲେ । ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିବା ବେଳେ କାହାର ସହାୟତା ନଥିବାରୁ ସେ ନିଜେ ସନ୍ତାନ ପ୍ରସବ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ଶେଷକୁ ସେ ହୋଟଲର କୋଠରୀ ମଧ୍ୟରେ ୟୁଟ୍ୟୁବ ଭିଡ଼ିଓ ଜରିଆରେ ପ୍ରସବ କରିବା ସହ ନିଜର ସଂପୂର୍ଣ୍ଣ ଅନୁଭୂତିକୁ ଟ୍ଵିଟରରେ ବ୍ୟକ୍ତ କରିଥିଲେ ।ଏହି ସାହସିକତା ପାଇଁ ତାଙ୍କୁ ଅନେକ ପ୍ରଶଂସା କରିବା ସହ ମାତୃତ୍ୱ ପାଇଁ ଅନେକ ଅଭିନନ୍ଦନ ମଧ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର