ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ରାସ୍ତାରେ ନବଜାତକୁ ଜନ୍ମ ଦେଲେ ମହିଳା

କ୍ରିଷ୍ଣା(ଆନ୍ଧ୍ରପ୍ରଦେଶ): ରାଜକୋଟ ଓ କୋଟାରେ ଏକାଧିକ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ରର ସରକାରୀ ଡାକ୍ତରଖାନାରୁ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଫେରାଇ ଦିଆଯାଇଥିଲା। ଯାହାଦ୍ବାରା ମହିଳା ବିଚ୍ ରାସ୍ତାରେ ନବଜାତକୁ ଜନ୍ମ ଦେଇଥିଲେ। ଦେଶରେ ଏବେ ନବଜାତଙ୍କ ସ୍ବାସ୍ଥ୍ୟକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏଭଳି ଘଟଣା ଘଟିବା ଚର୍ଚ୍ଚାକୁ ବଢ଼ାଇଛି।

ସୂଚନା ମୁତାବକ, ଘଟଣାଟି ଘଟିଛି କ୍ରିଷ୍ଣା ଜିଲ୍ଲାର ମାୟଲାବରମ ସହରରେ। ପୀଡ଼ିତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ଆନ୍ଧ୍ରପ୍ରଦେଶର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ କୌଣସି ଡାକ୍ତର ନଥିବା କହି ପୀଡ଼ିତାଙ୍କୁ ଫେରାଇ ଦିଆଯିବା ପରେ ଘରକୁ ଫେରିବା ବାଟରେ ତାଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା। ପୀଡ଼ିତାଙ୍କ ଅବସ୍ଥାକୁ ଦେଖି କିଛି ମହିଳା ତାଙ୍କୁ ସହାୟତାର ହାତ ବଢ଼ାଇବା ସହ ରାସ୍ତା ମଝିରେ ନବଜାତକୁ ଜନ୍ମ ଦେଇଥିଲେ ପୀଡ଼ିତା।

Woman Delivers Baby On Road
indiatimes.com

ଏ ବିଷୟରେ ମାୟଲାବରମର ବିଧାୟକ ବସନ୍ତ କ୍ରିଷ୍ଣା ପ୍ରସାଦଙ୍କୁ ସୂଚନା ମିଳିବା ପରେ ସେ ତୁରନ୍ତ ଆମ୍ବୁଲାନ୍ସ ଡ଼ାକି ମହିଳାଙ୍କୁ ବିଜୟୱାଡାରେ ଥିବା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଏହା ସହ ଯେଉଁ ଡାକ୍ତରଖାନାରୁ ମହିଳାଙ୍କୁ ଫେରାଇ ଦିଆଯାଇଥିଲା, ସେଠାକାର ଚିକିତ୍ସା ଅଧିକାରୀଙ୍କୁ ଆଗକୁ ଯେମିତି ଏଭଳି ଭୁଲ ନହୁଏ ବୋଲି ତାଗିଦ୍ କରିଥିଲେ ବିଧାୟକ ବସନ୍ତ କ୍ରିଷ୍ଣା ପ୍ରସାଦ।

ସମ୍ବନ୍ଧିତ ଖବର