ନୂଆଦିଲ୍ଲୀ: ସଙ୍ଗୀତ ପ୍ରତି ରୁଚି ରଖୁଥିବା ବ୍ୟକ୍ତିମାନେ ସବୁବେଳେ କାନରେ ହେଡଫୋନ୍ ଦେଇ ଗୀତ ଶୁଣି ଥାଆନ୍ତି। ଏଭଳି ରୁଚି ରଖୁଥିବା ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। କାନରେ ହେଡଫୋନ୍ ଦେଇ ଶୋଇବା ହେତୁ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିିଛି। ମୃତ ମହିଳାଙ୍କ ନାମ ଫତିମା ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ରବିବାର ଦିନ ଘଟିଛି। କଥୁର୍ରେ ଫତିମା ତାଙ୍କ ଘରେ ଶୋଇଥିବା ସମୟରେ ସ୍ୱାମୀ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠି ନଥିଲେ। ସନ୍ଦେହ ହେବାରୁ ଫତିମାଙ୍କ ସ୍ୱାମୀ ତୁରନ୍ତ ପତ୍ନୀଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ସୂଚନା କଥୁର ପୁଲିସକୁ ଦେଇଥିଲେ ଓ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।
ପୁଲିସ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ହସ୍ପିଟାଲ ଡାକ୍ତର ଏହା ସ୍ପଷ୍ଟ କରି କହିଥିଲେ କି ମହିଳାଙ୍କ ମୃତ୍ୟୁ ବିଦ୍ୟୁତ ଆଘତ ହେତୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ‘ମହିଳା ଶନିବାର ରାତିରେ ହେଡ୍ଫୋନ୍ ଲଗାଇ ଶୋଇଥିଲେ । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି ସଟ୍ ସର୍କିଟ୍ ହେତୁ ଫତିମାକୁ ବିଦ୍ୟୁତ ଆଘତ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।