ଅନ୍ୟ ଯୁବକଙ୍କୁ ପ୍ରେମ କରୁଥିଲେ ବିବାହିତା ମହିଳା, ଆଦିବାସୀ ପଞ୍ଚାୟତ ଶୁଣାଇଲା ଏହି ଅଜବ ଦଣ୍ଡ

ଝାବୁଆ(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଝାବୁଆଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନ ଜାତିର ଯୁବକ ସହ ପ୍ରେମ ସଂପର୍କ ରଖିଥିବାରୁ ଜଣେ ମହିଳାଙ୍କୁ ଏକ ଅଜବ ଦଣ୍ଡ ମିଳିଛି । ତାଙ୍କୁ ନିଜ ସ୍ବାମୀଙ୍କୁ କାନ୍ଧରେ ଉଠାଇ ଦୌଡ଼ିବାକୁ ପଡିଛି ।

ମିଳିଥିବା ଖବର ମୁତାବକ ଝାବୁଆର ଏକ ଆଦିବାସୀ ଭୀଲ ଗାଁରେ ଏପରି ଘଟଣା ଘଟିଛି । ମହିଳା ଜଣଙ୍କ ବିବାହିତା ସତ୍ତ୍ବେ ଆଉ ଜଣେ ଯୁବକକୁ ପ୍ରେମ କରି ପଳାଇଯାଇଥିଲେ । କିଛି ଦିନ ପରେ ଗାଁକୁ ଫେରିବା ପରେ ଗାଁ ପଞ୍ଚାୟତ ବସି ତାଙ୍କ ନାଁରେ ମାମଲା ଚାଲିଲା । ଅଭିଯୋଗ ପ୍ରମାଣିତ ହେବା ପରେ ଭୀଲ ପଞ୍ଚାୟତ ନିଜର ଦଣ୍ଡବିଧାନ ଶୁଣାଇଲା । ଦଣ୍ଡ ହେଉଛି ଯେ ଉକ୍ତ ମହିଳା ନିଜ କାନ୍ଧରେ ନିଜର ସ୍ବାମୀଙ୍କୁ ଟେକି ଦୌଡିବେ ।

ଦଣ୍ଡକୁ ତୁରନ୍ତ କାର୍ଯ୍ୟକାରୀ କରାଗଲା । ଭୀଷଣ କଷ୍ଟ ସତ୍ତ୍ବେ ମହିଳା ଜଣକ ନିଜ ସ୍ବାମୀଙ୍କୁ ଧରି ଦୌଡିଲେ । କଷ୍ଟ ହେବାରୁ ସେ ବସିପଡିଲେ ତାଙ୍କୁ ଗାଁ ଲୋକେ ପିଟି ପୁଣି ଦୌଡିବାକୁ ବାଧ୍ୟ କରୁଥିଲେ । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର