ଦିନରେ ବିବାହ, ରାତିରେ ଗଣଦୁଷ୍କର୍ମ ଓ ତାପରେ ଟ୍ରିପିଲ ତଲାକ୍‌

ବୁଲନ୍ଦସହର: କେନ୍ଦ୍ର ସରକାର ସଂସଦରେ ତତକାଳ ଟ୍ରିପିଲ ତଲାକ୍‌ ବିଲ ଆଗତ କରିବାକୁ ଯାଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ବିବାହଦିନ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁର୍ଷ୍କମ କରିଛନ୍ତି ଯୁବତୀଙ୍କ ଭିଣୋଇ ଓ ତାଙ୍କ ସାଥୀମାନେ । ତେବେ ଆହୁରି ଦୁର୍ଭାଗ୍ୟଜନକ ଘଟଣା ହେଉଛି, ଏଥିଲାଗି ଯୁବତୀଙ୍କୁ ତାଙ୍କ ସ୍ୱାମୀ ଟ୍ରିପିଲ ତଲାକ୍‌ ଦେଇଛନ୍ତି ।

ଘଟଣାଟି ଘଟିଥିଲା ଗତ ୧ ତାରିଖରେ, ଯେଉଁ ଦିନ ଯୁବତୀ ଜଣକ ବିବାହ କରିଥିଲେ । ସେହିଦିନ ରାତିରେ ତାଙ୍କ ସ୍ୱାମୀଙ୍କ ବଡ଼ଭାଇ ଓ ତାଙ୍କ ସାଥୀମାନେ ଏହି ଗଣଦୁଷ୍କର୍ମକରିଥିଲେ । ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଚିତ୍ରର ଭିଡିଓ ରେକର୍ଡିଂ କରିଥିଲେ । ଏକଥା ବାହାରେ ପ୍ରକାଶ କଲେ ଭିଡିଓକୁ ସୋସିଆଲ ମିଡିଆରେ ଛାଡି ଭାଇରାଲ କରିବାକୁ ଧମକ ଦେଇ ଅଭିଯୁକ୍ତ ମାନେ ଯୁବତୀକୁ ଚୁପ ରହିବାକୁ କହିଥିଲେ । କିନ୍ତୁ ଏହି ଘଟଣା ସମ୍ପର୍କରେ ଯୁବତୀ ନିଜର ସ୍ୱାମୀଙ୍କୁ ଜଣାଇବାରୁ ସ୍ୱାମୀ ତାଙ୍କୁ ସହାୟତା କରିବେ କଣ ଓଲଟି ଟ୍ରିପିଲ ତଲାକ୍‌ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ନିକଟସ୍ଥ ଥାନାରେ ଏକ ଅଭିଯୋଗ ହୋଇଛି ଓ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ତତକାଳ ଟ୍ରିପିଲ୍‌ ତଲାକକୁ ବେଆଇନ ଘୋଷଣା କରିବା ସହ ଏଥିଲାଗି ୩ ବର୍ଷର ଦଣ୍ଡ ଘୋଷଣା କରିଛନ୍ତି । ଏ ସଂପର୍କିତ ବିଲ୍‌କୁ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇଥିଲା । ବିଲ୍‌ଟି ଆସନ୍ତା ସପ୍ତାହରେ ସଂସଦରେ ଆଗତ ହେବ ।

ସମ୍ବନ୍ଧିତ ଖବର