ବିବାହ ପରେ ୩ଟି ସନ୍ତାନର ଜନନୀ ହେବାର ସ୍ୱପ୍ନ ଦେଖିଥିଲେ ମହିଳା,ଦେଖୁ ଦେଖୁ ହୋଇଗଲେ ୨୧ଟି ସନ୍ତାନର ଜନନୀ,ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ : ୟୁରୋପରେ ରହୁଥିବା ଜଣେ ମହିଳା ୪୨ବର୍ଷରେ ନିଜ ୨୧ନମ୍ବର ସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହ ପୂର୍ବରୁ ସେ ୩ଟି ସନ୍ତାନର ଜନନୀ ହେବେ ବୋଲି ଭାବିଥିଲେ । କିନ୍ତୁ ବିବାହ ପରେ ଚାହୁଁ ଚାହୁଁ ତାଙ୍କର ୨୧ଟି ପିଲା ଜନ୍ମ ହୋଇଥିଲେ । ଏବେ ପରିବାରରେ ତାଙ୍କ ସ୍ୱାମୀଙ୍କୁ ମିଶାଇ ୨୩ଜଣ ସଦସ୍ୟ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୁ ରେଡ଼୍‍ଫୋର୍ଡ଼ ୭ବର୍ଷର ହୋଇଥିବା ବେଳେ ନିଓଲଙ୍କୁ ମନ ଦେଇ ବସିଥିଲେ । ବିବାହ ପରେ ସୁଙ୍କୁ ୧୪ବର୍ଷ ହୋଇଥିବା ବେଳେ ସେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ବିବାହ ପରେ ପରେ ସମସ୍ତେ କହିବା ପରେ ସୁ ଏବଂ ନିଓଲ ୩ଟି ସନ୍ତାନ ଜନ୍ମ ଦେବେ ବୋଲି ଭାବିଥିଲେ । କିନ୍ତୁ ବିବାହର ୨୮ବର୍ଷ ଭିତରେ ସେ ୨୧ଟି ସନ୍ତାନର ମାତା-ପିତା ବନି ଯାଇଥିବା ଜଣାପଡ଼ିଛି । କିନ୍ତୁ ୨୧ନମ୍ବର ସନ୍ତାନକୁ ଜନ୍ମ ଦେବା ପରେ ସୁ ଆଉ ଗର୍ଭବତୀ ହେବେ ନାହିଁ ବୋଲି ଡ଼ାକ୍ତରଙ୍କୁ କହିଛନ୍ତିି । ୨୧ଟି ସନ୍ତାନ ମଧ୍ୟ କିଛି ଜଣଙ୍କର ବିବାହ ହୋଇ ସାରିଥିବା ବେଳେ ସୁ ଏବଂ ନିଓଲ ଜେଜେ ବାପା ଏବଂ ଜେଜେ ମା’ ମଧ୍ୟ ହୋଇ ସାରିଛନ୍ତି ବୋଲି ଜଣାପଡ଼ିଛି । ତେବେ ୨୧ଟି ସନ୍ତାନ କରିବା ପଛର ସେଭଳି କିଛି କାରଣ ଅଛି କି ବୋଲି ପଚରା ଯାଇଥିବା ବେଳେ ଏହା ପଛରେ ସେଭଳି କିଛି କାରଣ ନ ଥିବା କହିଥିଲେ ସୁ । ଏହା ହେଉ ହେଉ ହୋଇଗଲା ବୋଲି ସୁ ଏକ ସାକ୍ଷାତକାରେ ଯୋଗ ଦେଇ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର