ସାପ କାମୁଡ଼ିଲା ମାଆକୁ, ମଲା ଝିଅ, ତା ପରେ ମାଆ

ମୁଜାଫରନଗର: ରମଜାନ ମାସରେ ବିଳମ୍ବିତ ରାତ୍ରୀରେ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଜଣେ ମହିଳାଙ୍କୁ ଏକ ସାପ କାମୁଡ଼ି ଦେଲା। ମାତ୍ର ମହିଳାଙ୍କ ଦେହରେ ସାପ କାମୁଡ଼ିବା ପରେ ବିଷକ୍ରିୟାର କୌଣସି ଲକ୍ଷଣ ଦେଖା ନ ଦେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତର ଖାନା ନେଲେ ନାହିଁ। ସାପ କାମୁଡ଼ିବାର ୨ ଘଣ୍ଟା ପରେ ମହିଳା ଜଣକ ତାଙ୍କ ୨ ବର୍ଷର କୁନି ଝିଅଙ୍କୁ ସ୍ତନ୍ୟପାନ କରାଇଥିଲେ। ସ୍ତନ୍ୟପାନ କରିବା ସଙ୍ଗେସଙ୍ଗେ ବିଷ ଜ୍ୱାଳାରେ ପ୍ରଥମେ କୁନି ଝିଅଟିର ମୃତ୍ୟୁ ଘଟିଲା। ଝିଅ ମୃତ୍ୟୁର ୧୦ ମିନିଟ ପରେ ମହିଳା ଜଣକ ମଧ୍ୟ ବିଷଜ୍ୱଳାରେ ମୃତ୍ୟୁ ବରଣ କରିଥିବା ପରି ଏକ ଘଟଣା ସମଗ୍ର ମୁଜାଫରନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୁଜାଫରନଗର ଥାନା ମଣ୍ଡ୍‌ଲା ଗାଁର ସାଜିଦ ଅହମ୍ମଦଙ୍କ ପତ୍ନୀ ପରବୀନ ରମଜାନ ମାସ ପାଇଁ ରାତ୍ରୀ ୪ଟା ବେଳେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ସେଠାରେଏକ ପଟି ବାନ୍ଧିି ଦେଇଥିଲେ। ଏହା ପରେ ପରବୀନ ସ୍ୱାଭାବିକ ଭାବେ ରୋଷେଇ କରିଥିଲେ। ତେବେ ଦୁଇ ଘଣ୍ଟା ମଧ୍ୟରେ ସାପ ବିଷକ୍ରିୟାର କୌଣସି ଲକ୍ଷଣ ନ ଦେଖିବାରୁ ପରିବାର ଲୋକେ ଏହା ଏକ ବିଷହୀନ ସାପ ବୋଲି ଭାବି ବନ୍ଧା ଯାଇଥିିବା ପଟି ଟିକୁ ଖୋଲି ଦେଇ ଥିଲେ ତା ପରେ ପରବୀନ ଯାଇ ତାଙ୍କ ଦୁଇ ବର୍ଷର ଝିଅକୁ ସ୍ତନ୍ୟପାନ କରାଇଥିଲେ। ମା ଠାରୁ କ୍ଷୀର ଖାଇବା ପରେ ସଙ୍ଗେ ସଙ୍ଗେ କୁନି ଝିଅଟି ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ମୃତଦେହ ଘରକୁ ଆସିବା ମାତ୍ରେ ମାଆ ପରବୀନ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିବା ସହିତ ସାପକାମୁଡ଼ା ଯୋଗୁଁ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇଥିିବା କହିଛନ୍ତି। ଏ ସମ୍ପର୍କରେ ପୁରରଜି ଥାନା ଅଧିକାରୀ ବିଜୟ ସିଂହ କହିଛନ୍ତି ଯେ ଡାକ୍ତରଖାନା କର୍ତ୍ତୃପକ୍ଷ ଏ ନେଇ ପୁଲିସକୁ ସୂଚନା ଦେଇଛନ୍ତି। ମାତ୍ର ପରିବାର ଲୋକେ ଏ ପର୍ଯ୍ୟନ୍ତ କୌଣସି ଏତଲା ଦେଇ ନାହାଁନ୍ତି।

ସମ୍ବନ୍ଧିତ ଖବର