ଅନନ୍ତନାଗରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ମହିଳା ଆହତ

ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ଜଣେ ମହିଳା ଆହତ ହୋଇଛନ୍ତି।

ପୁଲିସ କହିବାନୁସାରେ, ଗୁଳି ଚୋଟ ଖାଇଥିବା ମହିଳା ଜଣକ ଦକ୍ଷିଣ କଶ୍ମୀର ଅଞ୍ଚଳ ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫ୍ଵାରା ଗାଅାଁର ବାସିନ୍ଦା। ସେଠାରେ ଆତଙ୍କବାଦୀମାନେ ଅଛନ୍ତି ବୋଲି ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

କୌଣସି ପ୍ରକାର ଗୁଜବ ପ୍ରସାରଣ ରୋକିବାକୁ କର୍ତ୍ତୃପକ୍ଷମାନେ ସେଠାରେ ମୋବାଇଲ୍‌ ଇଣ୍ଟ୍‌ର୍‌ନେଟ୍‌ ସେବା ବନ୍ଦ କରି ଦେଇଛନ୍ତି।

ଜଣେ ପୁଲିସ ଅଧିକାରୀ କହିଛନ୍ତି: ଛପି ରହିଥିବା ଆତଙ୍କବାଦୀଙ୍କ ଚାରିପଟେ ନିରାପତ୍ତା ବଳ କର୍ଡନ୍‌ ସୁଦୃଢ଼ କରିଦେବାରୁ ସେମାନେ ଗୁଳି ଚଳାଇଲେ। ଫଳରେ ପାଲଟା ଗୁଳି ଚାଳନା କରାଯାଇ ବନ୍ଧୁକ ଲଢ଼େଇ ଜାରି ରହିଛି।

ଏବେ ମଧ୍ୟ ସେଠାରେ ଗୁଳିବିନିମୟ ଚାଲିଥିବାରୁ ଆହୁରି ତଥ୍ୟ ଆସିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର