ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ମାରପିଟ କଲେ ଆସାମ ରାଇଫଲର ଯବାନ

ଇମ୍ଫାଲ: ଆସାମ ରାଇଫଲର ଜନୈକ ରାଇଫଲଧାରୀ ଯବାନ ଜନୈକା ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ତାଙ୍କୁ ମାରପିଟ କରିବା ଘଟଣାକୁ କେନ୍ଦ୍ର କରି ଆଜି ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡ଼ିତା ମହିଳା ଆଇପିଏସ୍‌ ଅଧିକାରୀ ଜଣକ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ଆଗତ କରି କହିଛନ୍ତି ଯେ ଆସାମ ରାଇଫଲର ପିକେ ପାଣ୍ଡେ ନାମକ ଜଣେ ରାଇଫଲଧାରୀ ଯବାନ ମୋରହେ ସହର ନିକଟବର୍ତ୍ତୀ ଖୁଡ଼େନ୍‌ଗଟାବି ଚେକ୍‌ ପୋଷ୍ଟ ନିକଟରେ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ଶାରିରୀକ ଭାବେ ମାରପିଟ ମଧ୍ୟ କରିଥିଲା। ଖାଲି ଏତିକି ନୁହେଁ ଅପଶବ୍ଦ ପ୍ରୟୋଗ କରି ତାଙ୍କ ସଂପର୍କରେ ଯୌନ ସଂପର୍କିିତ ଟିପ୍ପଣୀ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମହିଳା ଆଇପିଏସ୍‌ ଅଧିକାରୀ ତାଙ୍କ ସରକାରୀ ଗାଡ଼ିରେ ଏସକର୍ଟଙ୍କୁ ଧରି ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ମୋରହେ ସହର ନିକଟବର୍ତ୍ତୀ ଖୁଡ଼େନ୍‌ଗଟାବି ଚେକ୍‌ ପୋଷ୍ଟ ନିକଟରେ ଅଟକା ଯାଇଥିଲା। ମହିଳା ଆଇପିଏସ୍‌ଙ୍କ ସହ ସମସ୍ତେ ନିଜ ନିଜର ପରିଚୟ ଦେଖାଇ ଥିଲେ ବି ଆସାମ ରାଇଫଲର ରାଇଫଲଧାରୀ ପିକେ ପାଣ୍ଡେ ସେମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରିବାକୁ କୁଣ୍ଠିତ ହୋଇ ନଥିଲା।

News18

ଏ ସଂପର୍କରେ ପୀଡ଼ିତା ମହିଳା ଆଇପିଏସ୍‌ ଅଧିକାରୀ ମଣିପୁର ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଏଲ୍‌ଏମ୍‌ ଖୁଟେଙ୍କ ନିକଟରେ ଲିଖିତ ଅଭିଯୋଗ କଲା ପରେ ଆସାମ ରାଇଫଲର ଅଧିକାରୀମାନଙ୍କୁ ଏ ସଂପର୍କରେ ନୋଟିସ ଜାରି କରାଯିବା ସହ ଅଭିଯୁକ୍ତ ରାଇଫଲଧାରୀ ଯବାନଙ୍କୁ ତୁରନ୍ତ ହାଜର ହେବାକୁ ସମନ ଜାରି କରାଯାଇଛି।

ସମ୍ବନ୍ଧିତ ଖବର