ଅଲିଗଡ଼ରୁ ସାମ୍ନାକୁ ଆସିଲା ଅଜବ ଘଟଣା, ଏହି କାରଣ ପାଇଁ ପ୍ରେମିକର ଫଟୋ ସହ ସାତ୍ ଫେରା ନେବେ ବିଧବା ମହିଳା
ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ବିଧବା ମହିଳା ନିଜ ପ୍ରେମିକ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରେମିକର ୨ବର୍ଷ ତଳୁ ମୃତ୍ୟୁ ହୋଇ ସାରିଥିବା ବେଳେ ମହିଳାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତ୍ୟୁ ପୂର୍ବରୁ ମହିଳା ନିଜ ପ୍ରେମିକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ପୂରଣ କରିବା ପାଇଁ ସେ ଏଭଳି କରୁଥିବା କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ମହିଳା ତାଙ୍କ ପ୍ରେମୀର ଫଟୋକୁ ବିବାହ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ମହିଳାଙ୍କ ସଂପର୍କୀୟ ଓ ମନ୍ଦିର କିମିଟି ବିରୋଧ କରୁଥିବା ଜଣା ପଡ଼ିଛି । ନଭେମ୍ବର ୮ରେ ମହିଳା ବିବାହ କରିବା ନେଇ ଧାର୍ଯ୍ୟ କରି ସାରିଥିବା ବେଳେ ଦୁଇ ପକ୍ଷରୁ ବିରୋଧ କରା ଯାଉଥିବାରୁ ସେ ଏ ନେଇ ଏସ୍ଡିଏମ୍ଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ତାଙ୍କ କହିବା ଅନୁଯାୟୀ, ମନ୍ଦିରରେ ବିବାହ ହୋଇପାରିବ ନାହିଁ ବୋଲି ମୋତେ ବିରୋଧ କରାଯାଉଛି । ଆଜି ପର୍ଯ୍ୟନ୍ତ ଏଭଳି ହୋଇ ନଥିବାରୁ କେହି ଏହାକୁ ଗ୍ରହଣ କରି ପାରୁ ନାହାନ୍ତି । କିନ୍ତୁ ଯାହା ବି ହୋଇଯାଉ ମୁଁ ନଭେମ୍ବର ୮ରେ ବିବାହ କରିବି । କିଏ କ’ଣ ଭାବୁଛି, ସେ ନେଇ ମୋତେ କିଛି ଫରକ ପଡ଼ୁ ନାହିଁ । କିନ୍ତୁ ବିବାହରେ ଝଗଡ଼ା ହେବା ନେଇ ଆଶଙ୍କା ଥିବାରୁ ମୁଁ ଏସ୍ଡିଏମ୍ଙ୍କୁ ସୁରକ୍ଷା ପାଇଁ ଅନୁରୋଧ କରିଛି ।
ସୂଚନା ମୁତାବକ, ମହିଳାଙ୍କ ସ୍ୱାମୀ ୩ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ୪ଟି ସନ୍ତାନ ରହିଛନ୍ତି।