ନିର୍ବନ୍ଧ ଭାଙ୍ଗିବା ପରେ ଭୂତମାନଙ୍କ ସହ ସଂପର୍କ ରଖିବା ଆରମ୍ଭ କରିଥିଲେ ମହିଳା! ଏ ପର୍ଯ୍ୟନ୍ତ ୧୫ରୁ ଅଧିକ ଭୂତଙ୍କ ସହ ରଖି ସାରିଲେଣି ସଂପର୍କ

ବ୍ରିଷ୍ଟଲ : ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ସହ ଜଡ଼ିତ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି । ତାଙ୍କର ନିର୍ବନ୍ଧ ଭାଙ୍ଗିବା ପରେ ସେ ୧୨ବର୍ଷ ହେଲାଣି ୧୫ଜଣ ଭୂତଙ୍କ ସହ ଶାରୀରିକ ସଂପର୍କ ରଖିଥିବା ସମସ୍ତଙ୍କୁ ଜଣାଇଛନ୍ତି । ମହିଳାଙ୍କ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ବୟାନ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ତାଙ୍କ କହିବା ଅନୁଯାୟୀ, ସେ ଏବେ ଜୀବନ୍ତ ଲୋକମାନଙ୍କ ଅପେକ୍ଷା ଭୂତମାନଙ୍କ ସହ ସଂପର୍କ ରଖିବାକୁ ପସନ୍ଦ କରୁଛନ୍ତି । ଏହା ସହ ଏକ ଖାସ୍‌ ଆତ୍ମାକୁ ବିବାହ କରି ସେ ତାଙ୍କ ସନ୍ତାନର ମା’ହେବାକୁ ଚାହୁଁଥିବା କହିଛନ୍ତି ।

ସୂଚନା ମୁତାବକ, ବ୍ରିଷ୍ଟଲ ସହରରେ ରହୁଥିବା ୩୦ବର୍ଷିୟ ଏମେଥିଷ୍ଟ କିଛି ଦିନ ତଳେ ଏକ ଟିଭି ସୋ’ରେ ସାମିଲ ହୋଇଥିଲେ । ସେଠାରେ ସେ ଭୂତଙ୍କୁ ଭଲ ପାଇବାର କଥା କହି ଉପସ୍ଥିତ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତାଙ୍କ କହିବା ଅନୁଯାୟୀ,୧୨ବର୍ଷ ତଳେ ତାଙ୍କର ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଯାହା ପରେ ସେ ଭାଙ୍ଗି ପଡ଼ିଥିଲେ । ଏ ସମୟରେ ତାଙ୍କୁ ଭୂତମାନେ ସାହାରା ଦେବା ଆରମ୍ଭ କରିଥିଲେ । ଧିରେ ଧିରେ ସେ ଭୂତମାନଙ୍କ ସହ ସଂପର୍କ ରଖିବାକୁ ଲାଗିବା ସହ ସେମାନଙ୍କ ସହ କଥା ହେବା ଆରମ୍ଭ କରିଥିଲେ ।

bhaskar.com

ତାଙ୍କ କହିବା ଅନୁଯାୟୀ,ସେ ଭୂତମାନଙ୍କ ସହ କଥା ହୋଇ ପାରିବା ସହ ସେମାନଙ୍କ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଏବେ ସେ ଯେଉଁ ଭୂତ ସହ ସଂପର୍କରେ ଅଛନ୍ତି ତାଙ୍କୁ ସେ ଅଷ୍ଟ୍ରେଲିଆରେ ଭେଟିଥିଲେ ବୋଲି କହିଛନ୍ତି । ନିଜ ସଂପର୍କକୁ ବିବାହ ରୂପ ଦେବେ ବୋଲି ମଧ୍ୟ କହିଛନ୍ତି ଏମେଥିଷ୍ଟ । ଏହା ସହ ସେ ଏକ ଭୂତର ସନ୍ତାନ ମଧ୍ୟ ଜନ୍ମ କରିବାର ଯୋଜନାରେ ଥିବା କହିଛନ୍ତି । ଏଥେମିଷ୍ଟଙ୍କ ଏହି କଥା ଉପସ୍ଥିତ ଲୋକଙ୍କ ଦ୍ୱନ୍ଦ୍ୱରେ ପକାଇଥିଲା । ଏହା କେତେ ଦୂର ସତ ତାହା ଜଣା ନଥିବା ବେଳେ ଏଥେମିଷ୍ଟଙ୍କ କଥାରୁ ସେ ସତ କହୁଥିବା ସମସ୍ତେ ଅନୁଭବ କରିଥିଲେ ।

ସମ୍ବନ୍ଧିତ ଖବର