ସ୍ୱିଗ୍ଗୀରୁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ, କିନ୍ତୁ ଖାଇବା ଭିତରୁ ବାହାରିଲା ୨-୩ଟି ହାଡ଼

ନୂଆଦିଲ୍ଲୀ : ଜଣେ ସାମ୍ବାଦିକାଙ୍କ ସହ ଘଟିଥିବା ଘଟଣା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ସାମ୍ବାଦିକାଜଣଙ୍କ ସ୍ୱିଗ୍ଗୀରୁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ । ଖାଦ୍ୟ ଡେଲିଭର ପରେ ଖାଉଥିବା ସମୟରେ ଖାଇବା ଭିତରୁ ଦୁଇଟି ହାଡ଼ ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସାମ୍ବାଦିକା ।

ସୂଚନା ମୁତାବକ, ସାମ୍ବାଦିକା ରିଓ୍ଵା ସିଂହ ସ୍ୱିଗ୍ଗୀରୁ ନିରାମିଷ ଖାଦ୍ୟ ଅର୍ଡର କରିଥିବା ବେଳେ ତାଙ୍କ ଖାଇବାରୁ ଦୁଇଟି ହାଡ଼ ବାହାରିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ଅନୁଯାୟୀ, ଯଦି ସ୍ୱିଗ୍ଗୀ ଆମିଷ ଭୋଜନ ଦେଇଥାନ୍ତା, ତେବେ ମୁଁ ତାକୁ ଫେରସ୍ତ କରି ଦେଇଥାନ୍ତି । କିନ୍ତୁ ନିରାମିଷ ଖାଦ୍ୟରୁ ଏଭଳି ଦୁଇଟି ହାଡ଼ ବାହାରିବା ଦେଖି ମୁଁ ବିଶ୍ୱାସ କରି ପାରି ନଥିଲି । ଏ ନେଇ ଅଭିଯୋଗ କରିବା ପରେ ବିଭିନ୍ନ ଆଲୋଚନା କରି ସ୍ୱିଗ୍ଗୀ ମୋତେ ଟଙ୍କା ଫେରାଇବା ନେଇ କହିଥିଲା । କିନ୍ତୁ ମୁଁ ଅର୍ଡର ଆସିଥିବା ରେସ୍ତୋରାଁକୁ ଆପ୍‌ରୁ ହଟାଇଦିଅ ବୋଲି କହିବା ପରେ କୌଣସି ପ୍ରତିକ୍ରିୟା ରଖି ନଥିଲା ସ୍ୱିଗ୍ଗୀ । ପରେ ସ୍ୱିଗ୍ଗୀ ଟଙ୍କା ଫେରସ୍ତ କରି ଚୁପ୍‌ ରହିଯାଇଥିଲା ବୋଲି କହିଛନ୍ତି ରିଓ୍ଵା ।

ସମ୍ବନ୍ଧିତ ଖବର