ଦିଲ୍ଲୀର ସକେତ କୋର୍ଟ ପରସରସ୍ଥ ଚାମ୍ବର ମଧ୍ୟରେ ମହିଳା ଆଇନ୍‌ଜୀବୀଙ୍କୁ ଦୁଷ୍କର୍ମ କଲେ ବରିଷ୍ଠ ଆଇନ୍‌ଜୀବୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ସକେତ କୋର୍ଟ ପରିସରରେ ଥିବା ନିଜର ଚାମ୍ବର ମଧ୍ୟରେ ଜନୈକ ବରିଷ୍ଠ ଆଇନ୍‌ଜୀବୀ ଜନୈକା ମହିଳା ଆଇନ୍‌ଜୀବୀଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଛିଛି। ଘଟଣା ସଂପର୍କରେ ମହିଳା ଆଇନଜୀବୀ ଜଣକ ପୁଲିସ୍‌ ନିକଟରେ ଅଭିଯୋଗ କଲାପରେ, ପୁଲିସ୍‌ ଦୁଷ୍କର୍ମକାରୀ ବରିଷ୍ଠ ଆଇନ୍‌ଜୀବୀଙ୍କୁ ଗିରଫ କରିବା ସହ ପୀଡ଼ତା ମହିଳା ଆଇନ୍‌ଜୀବୀଙ୍କର ଡାକ୍ତରୀମଇନା କରାଇଛି ଏବଂ ସକେତ କୋର୍ଟ ପରିସରର ଯେଉଁ ଚାମ୍ବର ମଧ୍ୟରେ ଏହି ଅଘଟଣ ଘଟିଥିଲା ତା’କୁ ସିଲ୍‌ କରିବା ସହ ସେଠାରେ ଫୋରେନ୍‌ସିକ୍‌ ପରୀକ୍ଷା ଚଲାଇଥିବା କହିଛନ୍ତି ଦକ୍ଷିଣ ଦିଲ୍ଲୀର ଡେପୁଟି ପୁଲିସ୍‌ କମିଶନର ରୋମିଲ ବାନିୟା।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଦକ୍ଷିଣ ଦିଲ୍ଲୀରେ ଥିବା ସକେତ କୋର୍ଟରେ ଉଭୟ ଆଇନ୍‌ଜୀବୀ ଓକିଲାତି କରନ୍ତି। ତେବେ, ଗତ କାଲି (ଶନିବାର) ରାତିରେ ସକେତ କୋର୍ଟ ପରିସରରେ ଥିବା ନିଜ ଚାମ୍ବର ମଧ୍ୟରେ ବରିଷ୍ଠ ଆଇନ୍‌ଜୀବୀ ଜଣକ ମଦ୍ୟପାନ କରିବାପରେ ନିଶାସକ୍ତ ଅବସ୍ଥାରେ ସଂପୃକ୍ତା ମହିଳା ଆଇନଜୀବୀ ଜଣଙ୍କୁ ଡକାଇଥିଲେ ଏବଂ ସେଠାରେ ବିଳମ୍ବିତ ରାତ୍ରିରେ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ ମହିଳା ଆଇନଜୀବୀ ଜଣକ ଆଜି (ରବିବାର) ସକାଳୁ ପୁଲିସ୍‌ ନିକଟରେ ଅଭିଯୋଗ କଲାପରେ ପୁଲିସ୍‌ ଅଭିଯୁକ୍ତ ଦୁଷ୍କର୍ମକାରୀ ବରିଷ୍ଠ ଆଇନ୍‌ଜୀବୀଙ୍କୁ ଗିରଫ କରିବା ସହ ପୀଡ଼ତା ମହିଳା ଆଇନ୍‌ଜୀବୀଙ୍କର ଡାକ୍ତରୀମଇନା କରାଇଛି ଏବଂ ସକେତ କୋର୍ଟ ପରିସରର ଯେଉଁ ଚାମ୍ବର ମଧ୍ୟରେ ଏହି ଅଘଟଣ ଘଟିଥିଲା ତା’କୁ ସିଲ୍‌ କରିବା ସହ ସେଠାରେ ଫୋରେନ୍‌ସିକ୍‌ ପରୀକ୍ଷା ଚଲାଇଛି।

ସମ୍ବନ୍ଧିତ ଖବର