‘ଟଏଲେଟ: ଏକ ପ୍ରେମକଥା’ ଚଳଚ୍ଚିତ୍ରର ପ୍ରଭାବ; ଶୌଚାଳୟ ନଥିବାରୁ ଶ୍ୱଶୁର ଘର ଛାଡ଼ିଲେ ମହିଳା

ଲକ୍ଷ୍ନୌ : ସ୍ୱଚ୍ଛତା ଉପରେ ଆଧାରିକ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଟଏଲେଟ ଏକ ପ୍ରେମକଥା’ ସ୍ୱରୁପ ଉତ୍ତରପ୍ରଦେଶର ସମ୍ଭାଳ ଜିଲ୍ଲାଠାରେ ଏକ ବାସ୍ତବିକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରର କାହାଣୀ ଭଳି ଶ୍ୱଶର ଘରେ ଶୌଚାଳୟ ନଥିବାରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଏବଂ ଶ୍ୱଶୁର ଘର ଛାଡ଼ି ପଳାଇ ଆସିଛନ୍ତି । ମହିଳା ଜଣଙ୍କ ବର୍ତ୍ତମାନ ତାଙ୍କ ଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି । ଶ୍ୱଶୁର ଘର ଲୋକ ଅନେକ ଡ଼ାକିଥିଲେ ମଧ୍ୟ ଯେପର୍ଯ୍ୟନ୍ତ ଶୌଚାଳୟ ପ୍ରସ୍ତୁତ ହୋଇନାହିଁ ସେପର୍ଯ୍ୟନ୍ତ ସେ ଫେରିବେ ନାହିଁ ବୋଲି କହିଦେଇଛନ୍ତି ।

Hindustan Times

ଭାରତରେ ଘରର ଝିଅ ଏବଂ ବଧୂକୁ ଘରର ସମ୍ମାନ ସହ ତୁଳନା କରାଯାଇଥାଏ । ତେବେ କେଉଁ ସ୍ଥାନରେ ଘରର ସମ୍ମାନକୁ ଶୌଚ ପାଇଁ ବହାରକୁ ପଡ଼ିଆକୁ ପଠାଯାଇଥାଏ । ବର୍ତ୍ତମାନ ସ୍ୱଚ୍ଛ ଭାରତ ଅନ୍ତର୍ଗତ ଗୃହ ମଧ୍ୟରେ ଶୌଚାଳୟ ପ୍ରସ୍ତୁତ କରିବା ପାଇଁ ସରକାର ଅନେକ ପ୍ରକାରର ସାହାୟତା ତଥା ସୂଚନା ପ୍ରଦାନ କରିଥିଲେ ମଧ୍ୟ କିଛି ବ୍ୟକ୍ତି ପରମ୍ପରା ନାମରେ ନିଜର ଆଖି ଓ କାନ ବନ୍ଦ କରି ରଖିଛନ୍ତି । ସମ୍ଭାଳ ଜିଲ୍ଲାର ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ସବ-ଡ଼ିଭିଜନାଲ ମାଜେଷ୍ଟ୍ରେଟ ଏହି ମାମଲା ଜାଞ୍ଚ କରାଯାଇ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଉଠାଯିବ ବୋଲି କହିଛନ୍ତି। 

ସମ୍ବନ୍ଧିତ ଖବର