ବିମାନରେ ମହିଳାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ ପାଖରେ ବସିଥିବା ଯୁବକ, ଅଭିଯୋଗ ପରେ ତୁରନ୍ତ ଗିରଫ ହେଲା ଅଭିଯୁକ୍ତ

ହାଇଦ୍ରାବାଦ୍‌: ଭୋପାଳରୁ ହାଇଦ୍ରାବାଦ୍‌ ଯାଉଥିବା ଜଣେ ୨୫ବର୍ଷୀୟ ମହିଳା ବିମାନ ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ଖବର ମିଳିଛି । ମଝି ଆକାଶରେ ପୀଡ଼ିତାଙ୍କ ସହ ଅସଦାଚରଣ ହୋଇଛି । ବିମାନଟି ହାଇଦ୍ରାବାଦ୍‌ ବିମାନବନ୍ଦରରେ ପହଞ୍ଚିବା ପରେ ପୀଡ଼ିତା ଅଭିଯୋଗ କରିଥିଲେ । ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପୁଲିସକୁ ଅଭିଯୋଗ କରି ଅଭିଯୁକ୍ତ ଯୁବକ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିବା କହିଥିଲେ ମହିଳା । ଯାହା ପରେ ପୁଲିସ ତରନ୍ତ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ ସତ୍ୟପ୍ରକାଶ ବୋଲି ଚିହ୍ନଟ କରାଯାଇଛି ।

wccaviation.com

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ଶୋଇକରି ଉଠିବା ପରେ ଅଭିଯୁକ୍ତ ତାଙ୍କ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗକୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିବା ଦେଖିଥିଲେ । ଯାହା ପରେ ସେ ତୁରନ୍ତ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟକୁ ଡ଼ାକି ଏ ବିଷୟରେ ଜଣାଇବା ସହ ବିମାନଟି ଅବତରଣ କଲା ପରେ ଆର୍‌ଜିଆଇ ବିମାନବନ୍ଦର ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର