ନୂଆଦିଲ୍ଲୀ : ଲଣ୍ଡନର ସବୁଠାରୁ ଦୀର୍ଘ ହାଇେଓ୍ଵ ଏମ୬୨ଠାରେ ନିକଟରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟ୍ରାଫିକ୍ ଜାମ ହୋଇଥିବା ସମୟରେ ବ୍ୟାଙ୍କରେ କାର୍ଯ୍ୟରତ ଲିଲି ବିଲେଟର୍ସ ନାମ୍ନୀ ମହିଳା ବିଚ୍ ରାସ୍ତାରେ କପଡ଼ା ଖୋଲି ସନ୍ବାଥ ଆରମ୍ଭ କରିଦେଲେ । ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ରାସ୍ତାରେ ଶୋଇ ରହିଥିଲେ । ତେବେ ଟ୍ରାଫିକ୍ ଜାମ୍ ହୋଇଥିବା ହେତୁ ସେଠାରେ ଥିବା ଲୋକମାନେ ଲିଲିଙ୍କ ଏପରି କାର୍ଯ୍ୟକୁ ଉପଭୋଗ କରୁଥିଲେ । ଆସନ୍ତୁ ଜାଣିବା କ’ଣ ରହିଥିଲା ଲିଲିଙ୍କ ଏପରି ଅଦ୍ଭୁତ୍ତକାଣ୍ଡର କାରଣ ।
/sambad/media/post_attachments/wp-content/uploads/2018/05/12_04_238816919ioo-ll-1-300x225.jpg)
ଲଣ୍ଡନର ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଲିଲି ବିଲେଟର୍ସ ଛୁଟି ମନାଇବା ପାଇଁ ତାଙ୍କ ସାଙ୍ଗମାନଙ୍କ ସହ ବ୍ୟଙ୍କପୁଲ ଯାଉଥିଲେ । ଏହି ସମୟରେ ହାଇେଓ୍ଵରେ ଏକ ଟ୍ରକରେ ନିଆଁ ଲାଗିଯାଇଥିବା ଯୋଗୁଁ ଟ୍ରାଫିକ୍ ଜାମ ହୋଇଯାଇଥିଲା । ଟ୍ରାଫିକ୍ରେ ବହୁ ସମୟ ପର୍ଯ୍ୟନ୍ତ ରହିଥିବା ହେତୁ ଲିଲି ଗାଡ଼ିରେ ବସି ସମୟ ବରବାଦ କରିବା ଛାଡ଼ି ରାସ୍ତାରେ କପଡ଼ା ଖୋଲି ଶୋଇ ସନ୍ବାଥ କରିବା ଅଧିକ ଶ୍ରେୟଷ୍କର ବୋଲି ମଣିଥିଲେ । ଏହା ବିଷୟରେ ଲିଲି ନିଜେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଲିଲିଙ୍କ ଏପରି କରିବା ପରେ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଆଶ୍ଚର୍ଯ୍ୟ ନଜରରେ ଦେଖିଥିଲେ । କିନ୍ତୁ ସେଥି ପ୍ରତି ଧ୍ୟାନ ନଦେଇ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ହାଇେଓ୍ଵରେ ସନବାଥର ମଜା ଉଠାଇଥିଲେ ଲିଲି । ସେ କହିଛନ୍ତି , ଯଦି ତାଙ୍କୁ ଆଉ ଥରେ ଏପରି କରିବା ପାଇଁ ସୁଯୋଗ ମିଳିବ ତେବେ ସେ ନିଶ୍ଚିତ ଭାବେ ଏପରି କରିବେ ।