ଟର୍ଚ ମାରି ବିହାରରେ ମହିଳାଙ୍କୁ ଅସ୍ତ୍ରୋପଚାର: ଦେଖନ୍ତୁ ଭିଡିଓ

ଅସ୍ତ୍ରୋପଚାର ବେଳେ ବିଜୁଳି ନ ଥିବାରୁ ବିହାରର ଏକ ଡାକ୍ତରଖାନାରେ ଟର୍ଚ ଆଲୁଅ ପକାଇ ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଛି। ବିହାରର ସହରସାସ୍ଥିତ ସଦର ହସ୍‌ପିଟାଲ୍‌ରେ ଏ ଭଳି ଘଟଣା ଘଟିଛି।

ସେ ଅସ୍ତ୍ରୋପଚାର ସମୟର ଏକ ଭିଡିଓରେ ଦେଖା ଯାଉଛି ଚେତାଶୂନ୍ୟ ଅବସ୍ଥାରେ ଜଣେ ନାରୀ ଷ୍ଟ୍ରେଚର୍‌ରେ ପଡ଼ିଛନ୍ତି। ତାଙ୍କ ଦେହରେ ଷ୍ଟିଚ୍‌ କରାଯାଉଛି ଏବଂ ଗୁଡ଼ାଏ ଲୋକ ତାଙ୍କ ଚାରିପଟେ ଘେରିଛନ୍ତି।


Courtesy ANI

ରୋଗୀଙ୍କୁ ଅସ୍ତ୍ରୋପଚାର କରୁଥିବା ବ୍ୟକ୍ତି ଜଣକ ଧଳା ଆପ୍ରୋନ୍‌ ପରିବର୍ତ୍ତେ ପିନ୍ଧିଛନ୍ତି ଗୋଟାଏ ଖାକି ଜାମା।

ରିପୋର୍ଟ ଅନୁସାରେ, ଡାକ୍ତରଖାନାରେ ଜେନେରେଟର୍‌ର ସୁବିଧା ନ ଥିବାରୁ ଟର୍ଚ ଆଲୁଅରେ ଅପରେସନ୍‌ କରିବାକୁ ଡାକ୍ତରମାନେ ବାଧ୍ୟ ହୁଅନ୍ତି। ଖାଗାରିଆରେ ମୋବାଇଲ୍‌ ଫୋନ୍‌ ଟର୍ଚ ଆଲୁଅ ପକାଇ ଅସ୍ତ୍ରୋପଚାର କରିବାର ଦିନକ ପରେ ଘଟଣା ବିଷୟରେ ପ୍ରଘଟ ହୋଇଥିଲା।

ଏ ପର୍ଯ୍ୟନ୍ତ ଘଟଣା ସଂକ୍ରାନ୍ତରେ ଡାକ୍ତରଖାନା ତରଫରୁ କୌଣସି ସ୍ପଷ୍ଟିକରଣ ଜାରି କରାଯାଇ ନାହିଁ। ସରକାରୀ ଅଧିକାରୀମାନେ ମଧ୍ୟ ଘଟଣା ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।

ସମ୍ବନ୍ଧିତ ଖବର