ଅନ୍‌ଲାଇନ୍‌ ସାଇଟ୍‌ରୁ ମଗାଇଲେ ହେଲ୍‌ଥ ପ୍ରଡ଼କ୍ଟ, ପ୍ୟାକେଟ ଖୋଲିବା ପରେ ଭିତରେ ଥିବା ଜୀବକୁ ଦେଖି ଉଡ଼ିଗଲା ହୋସ୍‌

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ନିଜ କାମକୁ ନେଇ ବ୍ୟସ୍ତ ରହୁଥିବାରୁ କୌଣସି ଜିନିଷ କିଣିବା ପାଇଁ ସେମାନେ ଅନ୍‌ଲାଇନ୍‌ ସାଇଟ୍‌ମାନଙ୍କ ଉପରେ ନିର୍ଭର କରୁଛନ୍ତି । ଅନେକ ସମୟରେ ଲୋକମାନଙ୍କ ଅନ୍‌ଲାଇନ୍‌ ସାଇଟ୍‌ମାନଙ୍କ ଉପରେ ଥିବା ବିଶ୍ୱାସ ଭାଙ୍ଗି ଯାଇଥାଏ । ଲୋକମାନେ କିଛି ଜିନିଷ ଅର୍ଡ଼ର କରିଥିବା ବେଳେ ତାଙ୍କ ପାଖରେ ପହଞ୍ଚେ କିଛି ଅଲଗା ଜିନିଷ । ଆଗରୁ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ଚୀନର ଜଣେ ମହିଳା ଅନ୍‌ଲାଇନ୍‌ ସାଇଟ୍‌ରୁ ହେଲ୍‌ଥ ସପ୍ଲିମେଣ୍ଟ ଅର୍ଡ଼ର କରିଥିବା ବେଳେ ତାଙ୍କ ପାଖକୁ ଆସିଥିବା ପାର୍ସଲରୁ ବାହାରିଲା କୁମ୍ଭୀର ଏବଂ ଏଣ୍ଡୁଅ । ଭିତରର ଦୃଶ୍ୟ ଦେଖି ମହିଳା ହଠାତ୍‌ ଡ଼ରିଯିବା ସହ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ ।

oneindia.com

ସୂଚନା ମୁତାବକ, ଚୀନରେ ରହୁଥିବା ଝାଙ୍ଗ ନାମକ ଜଣେ ମହିଳା ଅନ୍‌ଲାଇନ୍‌ରୁ ୪ଟି ହେଲ୍‌ଥ ସପ୍ଲିମେଣ୍ଟ ପେଟି ମଗାଇଥିଲେ । ୩ଟି ପେଟିର ଆକାର ଠିକ୍‌ ଥିବା ବେଳେ ୪ ନମ୍ବର ପେଟିର ଆକାର ବଡ଼ ଥିବାରୁ ମହିଳାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପେଟି ଖୋଲିବା ପରେ ପେଟି ମଧ୍ୟରୁ ଦୁର୍ଗନ୍ଧ ଆସିବାକୁ ଲାଗିଥିଲା । ପେଟି ସଂପୂର୍ଣ୍ଣ ଖୋଲିବା ପରେ ଭିତରେ ମୃତ କୁମ୍ଭୀର ଏବଂ ଏଣ୍ଡୁଅ ଥିବା ଦେଖି ମହିଳାଙ୍କ ହୋସ ଉଡ଼ି ଯାଇଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ସପିଂ ସାଇଟ୍‌ ଭୁଲ ଠିକଣାକୁ ଡ଼େଲିଭରି କରିଥିବା ଜଣା ପଡ଼ିଥିଲା । ଅଧିକ ସମୟ ଧରି କୁମ୍ଭୀର ଏବଂ ଏଣ୍ଡୁଅ ପେଟି ଭିତରେ ରହିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର