କାଫେକୁ ଯାଇ ଟୋଷ୍ଟ ଅର୍ଡର କଲେ ମହିଳା, ବିଲ୍‌ରେ ଲେଖାଥିବା ଜିନିଷ ଦେଖି ଉଡ଼ିଗଲା ମହିଳାଙ୍କ ହୋସ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଏକ କାଫେକୁ ଯାଇ ନିଜ ପାଇଁ ଏକ ଟୋଷ୍ଟ ଅର୍ଡର କରିଥିଲେ । ଖାଇ ସାରି ଟଙ୍କା ଦେବା ପାଇଁ ବିଲ୍‌ ମାଗିବା ପରେ ବିଲ୍‌ରେ ଥିବା ଜିନିଷ ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବେ ସେ ସେହି ବିଲ୍‌ର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋଟି ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, କେଥ୍‌ରିନ୍‌ ଚୈନ୍‌ ନାମକ ଜଣେ ମହିଳା କାଫେକୁ ଯାଇ ଟୋଷ୍ଟ ଅର୍ଡ଼ର କରିଥିଲେ। ଖାଇ ସାରି ସେ ବିଲ୍‌ ମାଗିବା ପରେ କାଫେର ଜଣେ କର୍ମଚାରୀ ତାଙ୍କୁ ଭୁଲବଶତଃ ଅର୍ଡ଼ର ଲେଖା ଯାଇଥିବା କାଗଜକୁ ଥମାଇ ଦେଇଥିଲେ । ଏହା ପରେ ଅର୍ଡ଼ର ଲେଖାଥିବା କାଗଜରେ ମହିଳାଜଣଙ୍କ ନିଜ ନାଁ ପରିବର୍ତ୍ତେ ଏସିଆନ୍‌ ଲେଖାଥିବା ଦେଖିଥିଲେ । ଏହା ଦେଖି ରାଗିବା ସହ କାଫେରେ ନାଁରୁ ନୁହେଁ ବରଂ ଲୋକମାନେ କେଉଁ ଦେଶରୁ ଆସୁଛନ୍ତି ତାହା ଲେଖାଯାଉଥିବା ଜାଣିଥିଲେ । କର୍ମଚାରୀମାନେ କାଫେକୁ ଆସୁଥିବା ଲୋକମାନଙ୍କ ମୁହଁ ଦେଖି ସେମାନେ କେଉଁ ଦେଶର ବୋଲି ଅନ୍ଦାଜ ଲଗାଇ ଅର୍ଡ଼ର ଲେଖିଥାନ୍ତି ।

bhaskar.com

କାଫେର ଏଭଳି ଅଭ୍ୟାସକୁ ଦେଖି ମହିଳାଜଣଙ୍କ ରାଗିବା ସହ ସୋସିଆଲ ମିଡିିଆରେ ଅର୍ଡ଼ର ଲେଖାଥିବା କାଗଜର ଫଟୋ ସେୟାର କରି ସମସ୍ତଙ୍କ ଘଟଣା ବିଷୟରେ ଜଣାଇଥିଲେ ।

ସମ୍ବନ୍ଧିତ ଖବର