କେରଳରେ ନାବାଳକଙ୍କୁ ମହିଳାଙ୍କ ଦୁଷ୍କର୍ମ

ଥିରୁବନନ୍ତପୁରମ୍‌: କେରଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩୬ ବର୍ଷୀୟା ମହିଳା ଜଣେ ୯ ବର୍ଷର ନାବାଳକଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ‌ ପ୍ରାୟ ବର୍ଷେ ଧରି ମହିଳା ଜଣଙ୍କ ନାବାଳକଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଏହାଦ୍ବାରା ନାବାଳକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖୁବ୍‌ ଖରାପ୍‌ ପ୍ରଭାବ ପଡ଼ିଛି। ନାବାଳକଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ଚାଇଲ୍ଡଲାଇନ୍‌ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରିବାପରେ ଚାଇଲ୍ଡଲାଇନ୍‌ କର୍ତ୍ତୃପକ୍ଷ ଉକ୍ତ ମାମଲାରେ ନାବାଳକଙ୍କ ବୟାନ ରେକର୍ଡ କରିବା ସହ ପୁଲିସରେ ଅଭିଯୋଗ କରିଥିଲେ। ଥେନହିପ୍ପଲମ୍‌ ପୁଲିସ ଆଜି ଏନେଇ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଚାଇଲ୍ଡଲାଇନ୍‌ ପକ୍ଷରୁ କୁହାଯାଇଛି ଯେ ନାବାଳକ ଜଣଙ୍କ ପାଖାପାଖି ବର୍ଷେ ଧରି ଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କର ଜଣେ ସମ୍ପର୍କୀୟ । ସେ ତାଙ୍କ ଘର ନିକଟରେ ହିଁ ରହୁଥିଲେ। ଥେନହିପ୍ପଲମ୍‌ ଏସ୍‌ଆଇ ବିନୁ ଥୋମାସ୍‌ କହିଛନ୍ତି ଯେ ଅଭିଯୁକ୍ତ ମହିଳା ଏବଂ ପୀଡ଼ିତ ନାବାଳକ ପରିବାର ମଧ୍ୟରେ ବିବାଦ ଥିଲା। ତେବେ ଏହି ବିବାଦ ଯୋଗୁଁ ମହିଳା ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି କି ନା’ ସେନେଇ ପୁଲିସ ତଦନ୍ତ ଜାରି ରଖିଛି।’ ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର